ବ୍ରିଟେନରେ ଶାଢୀ ପିନ୍ଧି ଦୌଡ଼ିଲେ ଓଡ଼ିଆ ଝିଅ

ନନ୍ଦିଘୋଷ ବ୍ୟୁରୋ: ବ୍ରିଟେନରେ ଜଲଓ୍ବା ଦେଖାଇଲେ ଓଡିଆ ଝିଅ । ଶାଢ଼ୀ ପିନ୍ଧି ଏକାଦିକ୍ରମ ୪୨ ଦଶମିକ ୨ କିଲୋମିଟର ଦୌଡ଼ିଲେ ମଧୁସ୍ମିତା ଜେନା । ମାଞ୍ଚେଷ୍ଟରରେ ଏହି କୃତି ଦେଖାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମଧୁସ୍ମିତା । ଶାଢ଼ୀ ପିନ୍ଧି ୪ ଘଣ୍ଟା ୫୦ ମିନଟ ମଧ୍ୟରେ ଦୌଡ଼ି ଦୌଡ଼ି ଏହି ସଫଳତା ହାସଲ କରିଛନ୍ତି ମଧୁସ୍ମିତା ।

ମଧୁସ୍ମିତା ମାଞ୍ଚେଷ୍ଟରରେ ଜଣେ ଶିକ୍ଷୟିତ୍ରୀ ଅଛନ୍ତି ଏବଂ ସେ ନର୍ଥ ଓ୍ବେଷ୍ଟ ଇଂଲଣ୍ଡ ଓଡ଼ିଆ ସମ୍ପ୍ରଦାୟର ସକ୍ରିୟ ସଦସ୍ୟା । ପୂର୍ବରୁ ସେ ବିଶ୍ବର ଅନ୍ୟାନ୍ୟ ଦେଶରେ ବି ମାରାଥନରେ ଭାଗ ନେଇଛନ୍ତି । ଗତବର୍ଷ ଓଏସୟୁକେ କନଭେନସନରେ ସ୍ପୋର୍ଟସ୍ ଏକ୍ସିଲେନ୍ସି ହାସଲ କରିଥିଲେ । ମାଞ୍ଚେଷ୍ଟରରେ ଦୀର୍ଘ ଦୂରତା ଅତିକ୍ରମ କରି ଓଡ଼ିଆଙ୍କ ମଧ୍ୟରେ ଗର୍ବର କାରଣ ସାଜିଛନ୍ତି ।