ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ ମହାନ୍ତିଙ୍କୁ ବଡ଼ ଦାୟିତ୍ୱ, ଆଟମିକ ଏନର୍ଜି ବିଭାଗର ସଚିବ ଭାବେ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ବଡ଼ ଦାୟିତ୍ୱ । ଆଟମିକ ଏନର୍ଜି ବିଭାଗର ସଚିବ ତଥା ଆଟମିକ ଏନର୍ଜି କମିଶନର ଚେୟାରମ୍ୟାନ ଭାବେ ପାଇଛନ୍ତି ନିଯୁକ୍ତି । ଆସନ୍ତା ୨୦୨୫ ଅକ୍ଟୋବର ୧୦ ଯାଏ ଦାୟିତ୍ୱରେ ରହିବେ ଡକ୍ଟର ମହାନ୍ତି । ବର୍ତ୍ତମାନ ସେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର ବା ବାର୍କର ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । ଏନେଇ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର କାର୍ଯ୍ୟକାଳରେ ଅନେକ ସଫଳତା ଆସୁ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।