ଗ୍ୟାସ୍‌ ଚୁଲି କିମ୍ବା ନିଆଁ ଲଗାଇବାକୁ ମନା, ସନ୍ଧ୍ୟା ଯାଏଁ ଘରୁ ବାହାରିବାକୁ ବାରଣ..

Petrol Pump Blast

ଭୁବନେଶ୍ୱର: ଗଭର୍ଣ୍ଣର ହାଉସ୍‌ ନିକଟ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ । ଏହାର ପ୍ରଭାବରେ ରାଜଭବନର କାଚ ଭାଙ୍ଗିଥିବା ଥିବା ବେଳେ ଆଖପାଖ ଅଞ୍ଚଳରେ ବ୍ୟପକ କ୍ଷୟ କ୍ଷତି ହୋଇଛି । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଲୋକଙ୍କୁ କୌଣସି ପ୍ରକାର ନିଆଁ ଲଗାଇବା ପାଇଁ ମନା କରାଯାଇଛି । ଏହାସହ ସନ୍ଧ୍ୟା ଯାଏଁ ସ୍ଥାନୀୟ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି । ପୁଣି ଥରେ ବିପଦ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ତେଣୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି ।

Petrol Pump Blast

ଏହି ବିସ୍ଫୋରଣରେ ଏବେ ସୁଦ୍ଧା ପ୍ରାୟ ୧୦ ଜଣରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ସେଥିମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡ଼ିଛି । ଦୁଇ ଜଣ ଗୁରୁତରଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଏହା ସହ ଅନ୍ୟମାନଙ୍କ ମଧ୍ୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ୩ ଜଣଙ୍କୁ ଭର୍ତ୍ତି କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ଗୁରୁତରଙ୍କୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭେଟିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ବୁଝିଛନ୍ତି ।

Petrol Pump Blast

ତେବେ ଏହି ବିସ୍ଫୋରଣ ଆଜି ମଧ୍ୟାହ୍ନରେ ଘଟିଥିଲା । ଆଖାପାଖ ଅଞ୍ଚଳରେ ଥିବା ଘରର କାଚ ଭାଙ୍ଗିବା ସହ ଲୋକଙ୍କ ଗାଡ଼ି ମଟର ଭାଙ୍ଗିଯାଇଛି । ଘର ବହାରେ ତଥା ଘର ଭିତରେ ଥିବା କାର୍‌ କାଚ ମଧ୍ୟ ବିସ୍ଫୋରଣ ପ୍ରଭାବରେ ଭାଙ୍ଗିଯାଇଛି । ଖାଲି ସେତିକି ନୁହେଁ ବିସ୍ଫୋରଣ ସ୍ଥଳ ପୁରା ଛିନ୍‌ଛତ୍ର ହୋଇଛି ।

ଘଟଣା ସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌, ପୋଲିସ ଫୋର୍ସ, ବଡ଼ ବଡ଼ ପୋଲିସ ଅଧିକାରୀ ଏମିତିକି ଆଇଓସିଏଲ୍‌ର ସ୍ୱତନ୍ତ୍ର ଟେକ୍‌ନିକାଲ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ପ୍ରଥମେ ଏକ ଏଲ୍‌ପିଜି ଗ୍ୟାସ୍‌ ଲିକ୍‌ ହୋଇ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା ପରେ ଏହା ବିସ୍ଫୋରଣ ରୂପ ନେଇଥିଲା ।

Leave a Reply