spot_img

Latest Posts

୧୨ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବଦେଶ୍ବର : ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ ମୋହର । ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ । ଶିଳ୍ପ ବିଭାଗ ପ୍ରସ୍ତାବ ଉପରେ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଢେଙ୍କାନାଳରେ କଲ୍ୟାଣୀ ଗ୍ରୁପ କରିବ । ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ । ଢେଙ୍କାନାଳର ଗଜମରା ଠାରେ ୧୧ ଶହ ଏକର ଜମିରେ ନିର୍ମାଣ ହେବ । ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବା ସହ ୨୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ । ସେହିପରି ମାର୍ଚ୍ଚ ଯାଏଁ ଦୁବାଇ ଏବଂ ସିଙ୍ଗାପୁରକୁ ଜାରି ରହିବ ବିମାନ ଉଡାଣ । କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ ଏହା ଚାଲୁ ରହିବ କି ନାହିଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ରାଜ୍ୟ ସମବାୟ ନୀତି ୨୦୨୬ କୁ ଅନୁମୋଦନ କରିଛନ୍ତି କ୍ୟାବିନେଟ । ଓଡିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଅଧ୍ୟକ୍ଷ ଏବଂ ସଦସ୍ୟ ନିଯୁକ୍ତି ନେଇ ଆଇନକୁ କ୍ୟାବିନେଟରେ ପାରିତ କରାଯାଇଛି । ଓପିଏସସି ଢାଞ୍ଚାରେ ଏହି ଆୟୋଗରେ ଅଧକ୍ଷ ଏବଂ ସଦସ୍ୟ ନିଯୁକ୍ତି ହେବେ ।.

Latest Posts

Don't Miss