ଫନି ବାତ୍ୟାରେ କ୍ଷୟକ୍ଷତି ପାଇଁ ଜନ୍ମଦିନ ନପାଳିବାକୁ ନିଷ୍ପତ୍ତି

1 min read

ଚଳିତବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୧୬ ଅର୍ଥାତ୍‌ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ। ୭୪ ବର୍ଷରେ ପଦାର୍ପଣ କରିବେ ଭାରତର ଏ ବିଶିଷ୍ଟ ରାଜନେତା। ୧୯୪୬  ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ଜନ୍ମଗ୍ରହଣ କରିଥିଲେ। ତେବେ ଏଥର ଫନୀ ବାତ୍ୟା କାରଣରୁ ରାଜ୍ୟରେ ବିପୁଳ କ୍ଷତି ହୋଇଛି। ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୦ ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଶୁଭେଚ୍ଛା ଓ ପ୍ରଶଂସକମାନେ ଆସନ୍ତାକାଲି ନବୀନ ନିବାସ ନଆସି ଅନାଥାଶ୍ରମ ଓ ଭିନ୍ନକ୍ଷମ ପିଲାଙ୍କ ପାଇଁ ଥିବା ସ୍କୁଲକୁ ଯାଇ କିଛି ଭଲ କାମ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ନିଜର ଜନ୍ମଦିନ, ବିବାହ ବାର୍ଷିକୀ ଓ ପିଲାଙ୍କ ଜନ୍ମଦିନରେ ମଧ୍ୟ ଅନାଥାଶ୍ରମ ଯାଇ ଏହାକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ')}

Leave a Reply