ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ ,୪୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଗ୍ରୀନ ଜୋନ୍‌ରେ ୧୨ଜିଲ୍ଲା । ଦିନକରେ ୫ହଜାର ତଳେ ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪ ହଜାର ୪୬୯ ସଂକ୍ରମିତ । ସେହିପରି ଆଉ ୪୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ହଜାର ୩୦୨ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨ହଜାର ୫୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୧ ହଜାର ୯୨୩ । ଖୋର୍ଦ୍ଧାରୁ ସର୍ବାଧିକ ୬୧୨, କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ବରରୁ ୩୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୨୫୨, ପୁରୀରୁ ୨୪୩, ଅନୁଗୁଳରୁ ୨୨୬, ମୟୂରଭଞ୍ଜରୁ ୨୧୬, ଭଦ୍ରକରୁ ୧୬୫, ଜଗତସିଂହପୁରରୁ ୧୪୦, ରାୟଗଡ଼ାରୁ ୧୩୭, ନୟାଗଡ଼ରୁ ୧୨୮, ନବରଙ୍ଗପୁରରୁ ୧୧୮, ଷ୍ଟେଟପୁଲରୁ ୧୦୬, ସୁନ୍ଦରଗଡ଼ାରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୯୬, କଳାହାଣ୍ଡିରୁ ୯୨, ବୌଦ୍ଧରୁ ୯୦, କୋରାପୁଟରୁ ୮୭, ବରଗଡ଼ରୁ ୮୫, ମାଲକାନଗିରିରୁ ୭୫, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, କେନ୍ଦ୍ରାପଡାରୁ ୫୯, ବଲାଙ୍ଗୀରରୁ ୫୬, ଗଞ୍ଜାମରୁ ୪୩, କନ୍ଧମାଳରୁ ୨୮, ଝାରସୁଗୁଡାରୁ ୨୭, ଗଜପତିରୁ ୨୬, ଦେବଗଡ଼ରୁ ୨୩, ନୂଆପଡାରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୭ ହଜାର ୫୭୮ । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ହଜାର ୭୮୨ ଥିବା ବେଳେ, ମୋଟ୍ ସୁସ୍ଥ ହେଲେଣି ୭ ଲକ୍ଷ ୮୯ ହଜାର ୬୬ ଜଣ । ସେହିପରି ଆକ୍ଟିଭ କେସ୍ ରହିଛି ୫୯ ହଜାର ୩୬୧ ।

Leave a Reply