ରାଜ୍ୟରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୩ UK ଷ୍ଟ୍ରେନ୍‌ ଚିହ୍ନଟ

Odisha UK STRAIN‌

ଭୁବନେଶ୍ୱର: ଡରାଇଲାଣି କରୋନା । ଦେଶରେ ୟୁକେ ଷ୍ଟ୍ରେନ୍‌ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଏବେ ଓଡ଼ିଶାରେ ଦେଖାଦେଇଛି  ୟୁକେ ଷ୍ଟ୍ରେନ୍‌ । ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ୩ଜଣ ୟୁକେ ଷ୍ଟ୍ରେନ୍‌ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସାରା ଦେଶରେ ୭୩୬ ୟୁକେ ଷ୍ଟ୍ରେନ୍‌ ଚିହ୍ନ ହୋଇଥିବା ବେଳେ ପଞ୍ଜାବରୁ ସର୍ବାଧିକ ୩୩୬ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଓ ତୃତୀୟ ନମ୍ବରରେ ରହିଛି ତେଲେଙ୍ଗାନା ଓ ଦିଲ୍ଲୀ । ତେବେ ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ସାଧାରଣରେ ଚିନ୍ତା ବଢ଼ୁଛି ।

ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣି ଥରେ ଲକ୍‌ଡାଉନ୍‌ ହେବନି ତ ? କାରଣ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ୍‌ କର୍ଫ୍ୟୁ ଘୋଷଣା କରାଯାଇଛି । ଏମିତିକି ଓଡ଼ିଶାରେ ମଧ୍ୟ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହୋଇସାରିଲାଣି । ମାଲକାନଗିରିରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲଗାଯାଇଛି ।

ସେପଟେ ରାଜ୍ୟରେ ବୁଧବାର ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର୍‌ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ ୭୧ ଜଣ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବାଧିକ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୨୩, ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି ।

Leave a Reply