ରାଜ୍ୟରେ ଦିନକରେ ୨୯୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଧିରେ ଧିରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଓଡ଼ିଶାରେ ୩ଶହ ମୁହାଁ ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମଧ୍ୟରୁ କ୍ବାରେଣ୍ଟାଇନରୁ ୧୭୧ ସଂକ୍ରମିତ ହୋଇଥିବା ବେଳେ ୧୧୯ଟି ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସମୁଦାୟ ୨୨ଜିଲ୍ଲା ଓ ଷ୍ଟେଟ୍‌ପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ୨୯୦ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୦, ଝାରସୁଗୁଡାରୁ ୨୧, କଟକରୁ ୧୬, ବରଗଡ଼ରୁ ୧୫, ସୁନ୍ଦରଗଡ଼ରୁ ୧୪, ସମ୍ବଲପୁରରୁ ୧୧, ଅନୁଗୁଳରୁ ୧୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । କଳାହାଣ୍ଡି, ରାୟଗଡ଼ା ଓ ବଲାଙ୍ଗୀରରୁ ୯ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ୭, ପୁରୀ, ବାଲେଶ୍ବର ଓ ଭଦ୍ରକରୁ 6ଜଣ ଲେଖାଏଁ  କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାଜପୁରରୁ ୫, କୋରାପୁଟ ଓ ସୋନପୁରରୁ ୨ଜଣ ଲେଖାଏଁ, ଦେବଗଡ଼, ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply