‘କରୋନା ହେଉଛି ଅଦୃଶ୍ୟ ଶତ୍ରୁ, ପୂର୍ବ ପ୍ରସ୍ତୁତି ଯୋଗୁଁ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ’

ଭୁବନେଶ୍ୱର: କରୋନା ହେଉଛି ଅଦୃଶ୍ୟ ଶତ୍ରୁ । ଏହା ବିଶ୍ୱରେ ପ୍ରଥମ ଥର ପାଇଁ ଦେଖାଯାଇଛି । କରୋନା ଆସିବାର ୨ରୁ  ଅଢ଼େଇ ମାସ ସରିଲାଣି । ଏଥିରୁ ଅନେକ ଶିକ୍ଷା ମିଳିଛି ଓଡ଼ିଶା ସରକାରଙ୍କୁ । କରୋନା ଲଢ଼େଇରେ ପ୍ରଶାସନର ପୂର୍ବ ପ୍ରସ୍ତୁତି ଅନେକ କ୍ଷେତ୍ରରେ ସଫଳ ହୋଇଛି । ଯୋଜନା ବଦ୍ଧ ଭାବେ କାମ କରିବାରୁ ଓଡ଼ିଶା ସରକାରଙ୍କୁ ଲଢ଼େଇରେ କିଛି ମାତ୍ରାରେ ସଫଳତା ମିଳିଛି । କରୋନା ହେଉଛି ଏକ ଲମ୍ବା ଲଢ଼େଇ । ଏହା ଆଗକୁ ବି ଜାରି ରହିବ ।

ସେହିଭଳି ଓଡ଼ିଶା ବାଟ ଦେଇ ଅମ୍ଫାନ ଗତି କରିଛି । ହେଲେ ଓଡ଼ିଶା ସରକାରଙ୍କ ପୂର୍ବ ପ୍ରସ୍ତୁତି ଏବଂ ମୁକାବିଲା ପାଇଁ ପ୍ରସ୍ତୁତ ଥିବାରୁ ବିଶେଷ କ୍ଷୟକ୍ଷତି ହୋଇପାରି ନାହିଁ । ତେଣୁ ଅମ୍ଫାନ୍‌ ମୁକାବିଲାରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପ୍ରଶଂସା ମିଳିଛି ।

ଓଡ଼ିଶାରେ କରୋନା ସଂକ୍ରମଣ ହାର ଦେଶ ତୁଳନାରେ କମ୍‌ ରହିଛି । ସେହିଭଳି କରୋନା ଜନିତ ମୃତ୍ୟୁରେ ମଧ୍ୟ ଜାତୀୟ ତୁଳନାରେ ରାଜ୍ୟର ହାର ବହୁ୍ତ କମ୍‌ ରହିଛି । ଯାହା ରାଜ୍ୟ ପାଇଁ ଭଲ ଖବର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅଧିକ ମାତ୍ରାରେ ଟେଷ୍ଟିଂ ମଧ୍ୟ କରାଯାଇଛି । ରେଡ୍‌ ଅରେଞ୍ଜ ଆଉ ଗ୍ରୀନ୍‌ ଜୋନ୍‌ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍‌ କରି ଅନେକ ସଫଳତା ମିଳିଛି । ଓଡ଼ିଶାରେ ପଞ୍ଚାୟତ ସ୍ତରରେ ଏହାକୁ ଅଧିକ ଗୁରୁତ୍ୱ ଦିଆଗଲା । ଯାହା ଦ୍ୱାରା କରୋନା ଲଢ଼େଇରେ ଅନେକ ସଫଳତା ମିଳିଛି ।

ପଞ୍ଚାୟତ ମାନଙ୍କରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଅତ୍ୟନ୍ତ ଫଳପ୍ରଦ ହୋଇଛି ଓଡ଼ିଶା ପାଇଁ । ପଞ୍ଚାୟତ ସ୍ତରରେ କ୍ୱାରେଣ୍ଟାଇନ୍‌ ସେଣ୍ଟର କରିବା ହେଉଛି ଏକ ବିଶେଷ ଯୋଜନା । ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଗଲା, ତେଣୁ ସେମାନେ ମଧ୍ୟ ଗରୁତ୍ୱର ସହ ଏହି ଲଢ଼େଇରେ ନିଜକୁ ସାମିଲ କଲେ ଏବଂ ଦାହିତ୍ୱ ତୁଲାଇଲେ ।

ଶ୍ରମିକ ସ୍ପେସାଲ ଟ୍ରେନ୍‌ରେ ଯେଉଁ ଓଡ଼ିଆ ଭାଇ ଭଉଣୀମାନେ ଆସିଲେ ସେମାନଙ୍କୁ ଅତି ଦାୟିତ୍ୱର ସହ କ୍ୱାରେଣ୍ଟାଇନ୍‌ରେ ରଖାଗଲା । ତାହା ମଧ୍ୟ ଏକ ଭଲ ଏବଂ ବଡ଼ ପଦକ୍ଷେପ ଥିଲା ।

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବୟସ୍କ, ଗର୍ଭବତୀ ଏବଂ ଶିଶୁମାନଙ୍କୁ ଅଧିକ ଯତ୍ନ ନିଆଯାଇଛି । ଯେଉଁମାନଙ୍କର କରୋନା ଜନିତ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ କୋଭିଡ୍‌ କେୟାର ହସ୍ପିଟାଲରେ ରଖାଯାଉଛି ।

କେନ୍ଦ୍ର ସରକାରଙ୍କ ଗାଇଡ୍‌ ଲାଇନ୍‌ ତୁଳନାରେ ଓଡ଼ିଶାରେ ଗାଇଡ୍‌ ଲାଇନ୍‌ ଅଧିକ କଡ଼ା କଡ଼ି ରହିଛି । ସରପଞ୍ଚମାନଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ସେମାନେ ନିଜର ଦାୟିତ୍ୱ ସୂଚାର ରୂପେ ତୁଲାଉଛନ୍ତି । ଏବେ ସୁଦ୍ଧା ଏକ ଲକ୍ଷ ଲୋକ କ୍ୱାରେଣ୍ଟାଇନ୍‌ ଅବଧି ପୂରଣ କରି ଘରକୁ ଫେରିଛନ୍ତି । ରାଜ୍ୟରେ ବିଭିନ୍ନ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ମୋଟ ୮ ଲକ୍ଷ ଶଯ୍ୟା ସରକାର ପ୍ରସ୍ତୁତ ରଖିଥିବା ବେଳେ ଏବେ ସୁଦ୍ଧା ୩ଲକ୍ଷ ଶଯ୍ୟା ପୂରଣ ହୋଇଛି ।

Leave a Reply