ମାର୍ଚ୍ଚ ପାଇଁ ଆସିଲା ଗାଇଡଲାଇନ୍, ଦୁଇ ହଜାରରୁ କମ ଦର୍ଶକରେ ଦୁଲୁକିବ ଯାତ୍ରା ପେଣ୍ଡାଲ

ଭୁବନେଶ୍ବର: ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍ । କେନ୍ଦ୍ରର ଗାଇଡଲାଇନ ପରେ ରାଜ୍ୟ ସରକାର ଜାରି କରିଛନ୍ତି ନିୟମାବଳୀ । ସ୍ବତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ଏହି ଗାଇଡଲାଇନଜାରି କରିଛନ୍ତି । ମାର୍ଚ୍ଚ1 ରୁ ମାର୍ଚ୍ଚ 31 ଯାଏ ଗାଇଡଲାଇନ ଜାରି କରାଯାଇଛି । ଯଦ୍ବାରା ଜନସଚେତନତା ସହ ବ୍ୟାପକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ନୂତନ ଗାଇଡଲାଇନରେ ଯାତ୍ରା ପାଇଁ ମିଳିଛି ଅନୁମତି ।  ୨୦୦୦ ଦର୍ଶକରୁ କମ ଏବଂ ୬ ଫୁଟ ସାମାଜିକ ଦୂରତା ବଜାୟ ରଖିବା ସହ ଯାତ୍ରା ହୋଇପାରିବ ବୋଲି ନିର୍ଦେଶ ଦେଇଛନ୍ତି ଏସଆରସି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି । ଅନ୍ୟପକ୍ଷରେ ସେହିପରି ଫିଲ୍ମ ହଲରେ 50 ପ୍ରତିଶତ ଦର୍ଶକ ବସିପାରିବା ନେଇ ମଧ୍ୟ ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

ସେପଟେ ମାର୍ଚ୍ଚରେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ । ୫୦୦ଲୋକଙ୍କୁ ନେଇ ହୋଇପାରିବ ବାହାଘର, ଶୁଦ୍ଧିକ୍ରିୟା । ଏସବୁ କାର୍ଯ୍ୟରେ ମଧ୍ୟ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ମାର୍ଚ୍ଚ ଗାଇଡଲାଇନରେ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି ।

Leave a Reply