ଆଦିତ୍ୟ ଦାଶଙ୍କ ମୃତ୍ୟୁ ଉପରୁ ଉଠିବ ପରଦା, ସାମ୍ନାକୁ ଆସିଲା ବିକାଶ-ବିଦ୍ୟାଶ୍ରୀଙ୍କ ଅଡିଓ ରେକର୍ଡ…

1 min read
Odisha News: Exclusive Audio Tape Of Conversation Between Bikash And Vidyahshree

ଭୁବନେଶ୍ୱର: ସମାଜସେବୀ ତଥା ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ଆଦିତ୍ୟଙ୍କ ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଡାକି ଜେରା କରୁଛି ଜିଆର୍‌ପି । ଏବେ ସୁଦ୍ଧା ଏହି ଘଟଣାରେ ୨୯ ଜଣଙ୍କ ବୟାନ୍‌ ରେକର୍ଡ ହୋଇସାରିଥିଲେ ମଧ୍ୟ ଘଟଣା ଉପରୁ ପରଦା ଉଠୁନି । ଖାଲି ସେତିକି ନୁହେଁ ଆଦିତ୍ୟଙ୍କ ସାଙ୍ଗମାନଙ୍କୁ ଡାକି ମଧ୍ୟ ଥାନାରେ ଜେରା କରିଛି ଜିଆର୍‌ପି ।

ଏହାରି ଭିତରେ ସାମ୍ନାକୁ ଆସିଛି ଆଦିତ୍ୟଙ୍କ ସାଙ୍ଗ ବିକାଶ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ଫୋନ୍‌ ରେକର୍ଡ । ତେବେ ଫୋନ୍‌ ରେକର୍ଡରେ ବିକାଶଙ୍କୁ ଅନେକ କିଛି  କହିଛନ୍ତି ବିଦ୍ୟାଶ୍ରୀ । ଘରେ ଆଦିତ୍ୟଙ୍କ ବ୍ୟବହାରକୁ ନେଇ ଅନେକ କଥା କହିଛନ୍ତି ଓ ତାଙ୍କ ଭିତରେ କିଭଳି ସମ୍ପର୍କ ଥିଲା ସେ ତାହା ମଧ୍ୟ ଏହି ଅଡିଓ ରେକର୍ଡରୁ ସୂଚନା ମିଳିଛି । ଅଡିଓରୁ ମଧ୍ୟ ମିଳୁଛି ଆଦିତ୍ୟଙ୍କ ମାନସିକ ସ୍ଥିତିର ଚିତ୍ର । ଅଡିଓରୁ ଜଣାପଡୁଛି ଘଟଣାର ଗୁରୁତ୍ୱ । ଏହି ଅଡିଓ ଏବେ ଲାଗିଛି ପୋଲିସ ହାତରେ । ଗତ ୬ ତାରିଖରେ ବିକାଶଙ୍କ ସହ ବିଦ୍ୟାଶ୍ରୀ କଥା ହୋଇଥିଲେ । ଏହି ଅଡିଓରୁ କିଛି ନୂଆ ସୁରାକ୍‌ ମିଳିପାରେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ପୋଲିସ ବଲାଙ୍ଗିରରେ ଥିବା ଆଦିତ୍ୟଙ୍କ ସାଙ୍ଗକୁ ନୋଟିସ୍‌ ପଠାଇଛି । ବଲାଙ୍ଗିରେ ଥିବା ସାଙ୍ଗ ଆଦିତ୍ୟଙ୍କ ସହ ନିୟମିତ ଭିଡିଓ କଲ୍‌ ମାଧ୍ୟମରେ କଥା ହୁଏ । ଏମିତିକି ସେହି ସାଙ୍ଗ ଆଦିତ୍ୟଙ୍କର ଅନ୍ତରଙ୍ଗ ବନ୍ଧୁ ବୋଲି କୁହାଯାଉଛି । ତାଙ୍କୁ ଜେରା କରାଯିବା ପରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି । ଅନ୍ୟପଟେ ଆଜି ଆଦିତ୍ୟଙ୍କ ଏକାଦଶାହ । ଘରେ କ୍ରିୟାକର୍ମ ଚାଲିଛି । ସ୍ତ୍ରୀ ବିଦ୍ୟାଶ୍ରୀ କର୍ମରେ ବସିଛନ୍ତି ।

ତେବେ ଏହି ଘଟଣାରେ ଗୁରୁବାର ପିପୁଲ ଫର ସେବାର ୨ ଜଣ ସଦସ୍ୟ ଭୁବନେଶ୍ୱର ଜିଆର୍‌ପି ଥାନାରେ ହାଜର ହୋଇଛନ୍ତି । ସେମାନଙ୍କୁ ପଚରାଉଚରା କରୁଛି ଜିଆର୍‌ପି । ଗତଦୁଇ ଦିନଧରି ଆଦିତ୍ୟଙ୍କ ସାଙ୍ଗ ପପୁ ଓ ବିକାଶଙ୍କୁ ଜେରା କରାଯାଇଥିଲା । ଆଦିତ୍ୟଙ୍କର ବଲାଙ୍ଗିରର ଜଣେ ବନ୍ଧୁଙ୍କୁ ମଧ୍ୟ ଜିଆର୍‌ପି ଥାନାରେ ହାଜର ହେବା ପାଇଁ ଡାକ ଯୋଗେ ନୋଟିସ୍‌ ପଠାଇଛି ପୋଲିସ । ଆଗକୁ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କୁ ମଧ୍ୟ ଜେରା କରାଯିବ ।

ବୁଧବାର ଆଦିତ୍ୟଙ୍କ ଭଡ଼ାଘର ମାଲିକଙ୍କୁ ଜେରା କରାଯାଇଥିଲା । ଆଦିତ୍ୟ କେବେଠୁ ଭଡାରେ ଥିଲେ ? କେବେ ଝଗଡ଼ା ହୋଇଥିଲା କି ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କିଭଳି ଥିଲା ? ଏଭଳି କିଛି ପ୍ରଶ୍ନ ସହିତ ଜେରା କରିଥିଲା ଜିଆାର୍‌ପି । ଆଦିତ୍ୟଙ୍କ ବାଳକାଟିରେ ଥିବା SBI ଆକାଉଣ୍ଟ ଓ କଳିଙ୍ଗ ବିହାର ୟୁନିୟନ୍‌ ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ ମଧ୍ୟ କରିଛି ଜିଆର୍‌ପି ।

Aditya Dash

ତେବେ ମୃତ୍ୟୁ ପୂର୍ଵରୁ ଏକ ଅଜଣା ନମ୍ବରରେ ଆଦିତ୍ୟ କଥା ହୋଇଥିଲେ । ମୃତ୍ୟୁ ଦିନ ସଂଧ୍ୟା ୬ଟା ୪୨ରେ ଶେଷ କଲ କରିଥିଲେ । ୭ଟା ୧୪ରେ ଶେଷ ଫେସ୍‌ବୁକ୍‌ ପୋଷ୍ଟ କରିଥିବା ବେଳେ ୮ଟା ପୂର୍ବରୁ ଶେଷ ସିସିଟିଭି ଫୁଟେଜର ଦୃଶ୍ୟ କଏଦ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି ।

Leave a Reply