ଭରାନଈରେ ବିପଦସଙ୍କୁଳ ଯାତ୍ରା, ବିବାହ କରି କାଠଡଙ୍ଗାରେ ଫେରିଲେ ନବଦମ୍ପତି

BOAT Kamangi River

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରୁ ସବୁବେଳେ ଏମିତି କିଛି ନା କିଛି ଖବର ଆସିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । କେତେବଳେ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ, ତ ଆଉ କେତେବେଳେ ସ୍ୱାଧୀନତାକୁ ୭୦ ବର୍ଷ ପୁରିଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ । ଏମିତି କି ଗାଁକୁ ପାନୀୟ ଜଳ ଯୋଗାଣ ସୁବିଧା ନଥିବା ବେଳେ ବିଜୁଳି ସଂଯୋଗ ମଧ୍ୟ ନଥାଏ । ଏଭଳି ତମାମ ଖବର ସାମ୍ନାକୁ ଆସିଥାଏ ।

BOAT Kamangi River

ଠିକ୍‌ ସେହିଭଳି ଆଉ ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଭରା ନଈରେ ବିପଦସଙ୍କୁଳ ଯାତ୍ରା । ତେବେ ଭରା ନଈରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରିବା କୌଣସି ନୂଆ କଥା ନୁହେଁ । କିନ୍ତୁ ଏଠି ବଡ଼ କଥା ହେଲେ ବିପଦ ସଙ୍କୁଳ ଅବସ୍ଥାରେ ଏକ କାଠ ଡଙ୍ଗାରେ ଭରା ନଈ ପାର୍‌ ହେଉଛନ୍ତି ନବ ଦମ୍ପତି । ଡଙ୍ଗାରେ କୌଣସି ସୁରକ୍ଷା  ଉପକରଣ ନଥିବା ସହ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବରଯାତ୍ରୀ ମଧ୍ୟ ଯାଇଥିଲେ ଡଙ୍ଗାରେ । ଆଉ ବିବାହ ସରିବାର ପରେ ନବଦମ୍ପତି ମଧ୍ୟ ଫେରିଛନ୍ତି ଡଙ୍ଗାରେ ।

 BOAT Kamangi River

ଏହି ଘଟଣା କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତର । ଝିଅ ଘରକୁ ଯିବା ପାଇଁ ରାସ୍ତା ନଥିବା ବେଳେ, ପ୍ରବଳ ପାଣି ଓ ସୁଅ ଥିବା କମାଙ୍ଗୀ ନଦୀ ପାର ହୋଇଯାଇଥିଲେ ବରଯାତ୍ରୀ । ସୂଚନା ଅନୁସାରେ ଦାରିଙ୍ଗବାଡ଼ି ବ୍ଲକ ସୁକାଲଦା ଗାଁର ଦିଗମ୍ବର ପ୍ରଧାନଙ୍କ ବାହାଘର ସିର୍ତ୍ତିଗୁଡା ପଞ୍ଚାୟତ କମଖଙ୍ଗିର ଭାନୁମତୀ ପ୍ରଧାନଙ୍କ ସହ ଧାର୍ଯ୍ୟ ହୋଇଥିଲା । ହେଲେ କରୋନା ପାଇଁ ବିବାହ ସ୍ଥଗିତ ରହିଥିଲା । ଏବେ ପୁଣି ଥରେ ବିବାହ ଧାର୍ଯ୍ୟ ହୋଇଥିବା ବେଳେ ବାଟ ଓଗାଳିଥିଲା କମାଙ୍ଗି ନଈ ।

Leave a Reply