ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ସ୍ଥାନ ପାଇବ ପ୍ରଜ୍ଞାପନ ମେଢ଼ ‘ରୁକୁଣା ରଥ’

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ସ୍ଥାନ ପାଇଛି ଓଡ଼ିଶା ସଂସ୍କୃତି । ଏଥର ୭୧ ତମ ସାଧାରଣତନ୍ତ୍ର ଦିବସରେ ଓଡ଼ିଶାରୁ ପ୍ରଜ୍ଞାପନ ମେଢ ପ୍ୟାରେଡ଼ରେ ସାମିଲ ହେବ । ପ୍ରଜ୍ଞାପନ ମେଢ଼ରେ ଏବେ ଦିଆଯାଉଛି ଶେଷ ସ୍ପର୍ଶ ।

ଚଳିତ ବର୍ଷ ରୁକୁଣା ରଥ ଓଡ଼ିଶାର ପ୍ରଜ୍ଞାପନ ମେଢ ପାଇଁ ସ୍ଥାନ ପାଇଛି । ଓଡ଼ିଶା ଲଳିତ କଳା ଏକାଡ଼େମୀର ସଚିବ ଗଜେନ୍ଦ୍ର ସାହୁ ମେଢ ତିଆରି କାମରେ ଲାଗିଛନ୍ତି । ଶେଷ ପର୍ଯ୍ୟାୟରେ ରହିଛି ପ୍ରସ୍ତୁତି ।

ସେପଟେ ରାଷ୍ଟ୍ରୀୟ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ସାଂସ୍କୃତିକ ଦଳ ପ୍ରତିଯୋଗିତାରେ ଓଡ଼ିଶା ପ୍ରଥମ ସ୍ଥାନ ପାଇଛି । ଆସନ୍ତାକାଲି ଫାଇନାଲ ରିହରସାଲକୁ ଓହ୍ଲାଇବ ଓଡ଼ିଶାର ପ୍ରଜ୍ଞାପନ ମେଢ ।

Leave a Reply