କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର

1 min read

ଜୟପୁର: କୋରାପୁଟ-ଜୟପୁର ଘାଟି ରାସ୍ତାରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାଉଥିବା ବେଳେ ଘାଟିରେ ଏକ ଦଶ ଚକିଆ ଗାଡିକୁ ରାସ୍ତା ଦେବାକୁ ଯାଇ ଭାରସାମ୍ୟ ହରାଇ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଛି । ଫଳରେ ରାସ୍ତାର ୨ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଛି ।

ପୋଲିସ, ଅଗ୍ନିଶମ ବିଭାଗ ଓ ଭାରତୀୟ ପେଟ୍ରୋଲିୟମର ଏକ ଟେକ୍ନିକାଲ ଟିମ୍ ପହଞ୍ଚି ଟ୍ୟାଙ୍କରେ ଥିବା ପେଟ୍ରୋଲ କାଢ଼ିଛି । ଏବଂ ଉକ୍ତ ଟ୍ୟାଙ୍କରକୁ କିଭଳି ନିରାପଦ ଭାବେ ରାସ୍ତାରୁ ଅପସାରଣ କରାଯିବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଛି ଟିମ୍ । ତେବେ, ଏହି ଟ୍ୟାଙ୍କରଟି  ସକାଳ ୬ଟାରୁ ଓଲଟିଥିବା ସୂଚନା ମିଳିଛି । ସୁରକ୍ଷା ଦୃଷ୍ଟିରୁ କୋରାପୁଟ-ଜୟପୁର ରାସ୍ତାରେ କୌଣସି ଗାଡ଼ି କିମ୍ବା ଲୋକଙ୍କୁ ଛଡ଼ାଯାଉନାହିଁ ।

Leave a Reply