spot_img

Latest Posts

ପ୍ରକାଶ ପାଇଲା OJEE ରେଜଲ୍ଟ,, ଜାଣନ୍ତୁ କେମିତି ଡାଉନଲୋଡ୍ କରିବେ ରାଙ୍କ କାର୍ଡ…

ଭୁବନେଶ୍ୱର: ଓଡ଼ିଶା ଜଏଣ୍ଟ ଏଣ୍ଟରାନ୍ସ ଏକଜାମ୍ (OJEE) ଫଳାଫଳ ପ୍ରକାଶ ପାଇଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ କମ୍ପ୍ୟୁଟର ବେସଡ ପରୀକ୍ଷା ହୋଇଥିଲା । ଚଳିତ ବର୍ଷ ୪୯ ହଜାର ୩୬୦ ଜଣ ପରୀକ୍ଷା ଦେଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ରାଙ୍କ ଆଲଟ କରାଯାଇଛି । ପରୀକ୍ଷାର୍ଥୀ ଓଜେଇଇର ୱେବସାଇଟ୍ www.ojee.nic.in ରୁ ରାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ ।

୬ ସେପ୍ଟେମ୍ବରରୁ ୧୮ ସେପ୍ଟେମ୍ବର ମଧ୍ୟରେ କରୋନା କଟକଣା ମାନି ଓଜେଇଇ ପରୀକ୍ଷା ହୋଇଥିଲା । ପ୍ରଥମଥର ପାଇଁ ରାଜ୍ୟର ୩୦ ଜିଲ୍ଲାରେ ୫୭ଟି ପରୀକ୍ଷା କେନ୍ଦ୍ର ସହ ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଓ ପାଟଣାରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ୬୫ ହଜାର ୭୬୩ ଜଣ ପଞ୍ଜିକରଣ କରିଥିବା ବେଳେ ସେଥିରୁ ୭୫ ପ୍ରତିଶତ ଆବେଦନକାରୀ ପରୀକ୍ଷା ଦେଇଥିଲେ । ଆଜି ରାଙ୍କ ଆଲଟ ହୋଇଛି । ଓଜେଇଇ ୱେବସାଇଟକୁ ଯାଇ ପରୀକ୍ଷାର୍ଥୀ ଆପ୍ଲିକେସନ୍ ନମ୍ବର ଓ ଜନ୍ମ ତାରିଖ ଦେଇ ରାଙ୍କ କାର୍ଡ ଡାଉନଲୋଡ୍ କରି ପାରିବେ ।
OJEE Results-2021 Out, Know How To Download Rank Card
ବି. ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍‌ଇ.ଟେକ୍‌, ଡିପ୍ଲୋମାରେ ପିଙ୍କିରାଣୀ ସାହୁ, ଏଲ୍‌ଇ.ଟେକ୍‌, ବିଏସ୍‌ସିରେ ଦୀପକ ସା, ଏଲ୍‌ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ୍‌ ସ୍ପେଶାଲରେ ପିୟୁଷ ଚନ୍ଦୁକା, ଏମ୍‌ବିଏରେ ଆଶୁତୋଷ ରଥ, ଏମ୍‌ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମବିଏରେ ରୁଦ୍ର ପ୍ରସାଦ ରଥ, ଏମ୍‌.ଫାର୍ମାରେ କେ ସଂଜନା ସୁବୁଦ୍ଧି, ଏମ୍‌ ଆର୍କିଟେକ୍‌ରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍‌ ପ୍ଲାନରେ ବିଶ୍ୱଜିତ ସ୍ୱାଇଁ ଟପ୍ପର ହୋଇଛନ୍ତି ।

ଏମ୍‌.ଟେକ୍‌ର ୧୨ଟି ବିଷୟରେ ମଧ୍ୟ ଟପ୍ପର ତାଲିକା ପ୍ରକାଶ ପାଇଛି । ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେସନରେ ଦୀପକ କୁମାର ପୃଷ୍ଟି, କେମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୁରଜିକାଲରେ ସମ୍ବିତ କୁମାର ସାହୁ, ଏନଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜିରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଈସ୍ୱପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଛନ୍ତି ।

Latest Posts

Don't Miss