ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ, କ୍ଷମତାରେ ପୁଣି କେପି ଶର୍ମା ଓଲି

1 min read

କାଠମାଣ୍ଡୁ: ନେପାଳ ରାଜନୈତିକ ସଙ୍କଟରେ ପୂର୍ଣ୍ଣଚ୍ଛେଦ। କ୍ଷମତା ହରାଇଥିବା ପ୍ରଧାନମନ୍ତ୍ରୀ ପୁଣି ଥରେ କ୍ଷମତାସୀନ ହୋଇଛନ୍ତି । ଗାଦି ପାଇଁ ଲାଗିଥିବା ବାଜିକୁ ଜିତିନେଇଛନ୍ତି କେପି ଶର୍ମା ଓଲି । ଅର୍ଥାତ ପୁଣି ଥରେ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି କେ ପି ଶର୍ମା ଓଲି । ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ଓଲିଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଯୁକ୍ତି କରିଛନ୍ତି । ବିରୋଧୀ ଦଳ ନେପାଳ କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ ସଂସଦରେ ବହୁମତ ସାବ୍ୟସ୍ତ କରିବାରେ ଫେଲ ମାରିବାରୁ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସମ୍ବିଧାନ ଧାରା ୭୬ (୨) ଅନୁଯାୟୀ ବିରୋଧୀ ବହୁମତ ହାସଲ କରିବାରେ ବିଫଳ ହେବାରୁ ଧାରା ୭୬ (୩) ଅନୁସାରେ କେ ପି ଶର୍ମା ଓଲିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ଗତ ୧୦ ତାରିଖରେ ଓଲିଙ୍କ ବିରୋଧରେ ବହୁମତ ନଥିବା ଅଭିଯୋଗ ଆଣିଥିଲେ ବିରୋଧି ଦଳ । ପରେ ଅସ୍ଥା ଭୋଟରେ ବହୁମତ ସାବସ୍ତ୍ୟ କରିବାରେ ବିଫଳ ହୋଇଥିଲେ ଓଲି ସରକାର ।

ସୂଚନା ମୁତାବକ ଲଦାଖ ଘଟଣାକୁ ନେଇ ଭାରତ-ଚୀନ ଯେତେବେଳେ ମହାମୁହିଁ ହୁଅନ୍ତି । ସେହି ସମୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଚୀନକୁ ସମର୍ଥନ କରନ୍ତି । ଚୀନ ସପକ୍ଷରେ ଯୁକ୍ତି ବାଢନ୍ତି । ସେହିପରି ଭାରତର କିଛି ଅଞ୍ଚଳକୁ ନେପାଳ ମାନଚିତ୍ରରେ ସ୍ଥାନ ଦେଇ ନିଜର ବୋଲି ମିଥ୍ୟା ଯୁକ୍ତି ମଧ୍ୟ ବାଢନ୍ତି । ଓଲିଙ୍କ ଚାଇନା ପ୍ରେମକୁ ବିରୋଧ କରି ପ୍ରଥମେ ବିରୋଦ କରେ ସରକାରକୁ ସମର୍ଥନ କରୁଥିବା ପ୍ରଚଣ୍ଡ ନୀତ ଦଳ ।

ପରବର୍ତ୍ତୀ ସମୟରେ ପ୍ରଟଣ୍ଡ ନୀତଚ ଦଳ କେପି ଶର୍ମାଙ୍କ ଦଳରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଏବଂ କେ ପି ଶର୍ମାଙ୍କ ମନମୁଖୀ ଶାସନରେ ଅତିଷ୍ଟ ହୋଇ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ମଧ୍ୟ ସମର୍ଥନ ହଟାଇ ନେଇଥିଲେ । ଫଳରେ ଦଳର ସିଟ ସଂଖ୍ୟା ୧୨୧ କୁ ଖସି ଆସିଥିଲା । ବିପକ୍ଷ ଦଳ ଆସ୍ଥା ଭୋଟ ପାଇଁ ସଂସଦରେ ପ୍ରସ୍ତାବ ଦେବା ପରେ ଆଜି ଗୃହରେ ବିଶ୍ୱାସ ଭୋଟ ପଡିଥିଲା । ଏବଂ କେପି ଶର୍ମାଙ୍କ କମ୍ୟୁନିଷ୍ଟ ପାର୍ଟି ବହୁମତ ପାଇଁ ଆବଶ୍ୟକ ହେଉଥିବା ୨୭୫ ଭୋଟ ପାଇବାରେ ବିଫଳ ହୋଇଛନ୍ତି ।

Leave a Reply