Olympics 2021: କରୋନା ବଦଳାଇଦେଲା ଅଲିମ୍ପିକ୍ସ ପରମ୍ପରା: ନିଜେ ପଦକ ପିନ୍ଧିବେ ବିଜେତା

ଟୋକିଓ: କୋଭିଡ ଲାଗି ବଦଳି ଯାଇଛି ଅଲିମ୍ପକ୍ସ ନିୟମ । କରୋନା କାରଣରୁ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନିୟମ ଓ ପରମ୍ପରା । ଏହି କ୍ରମରେ ବିଜେତାଙ୍କୁ ପୁରସ୍କୃତ କରିବାର ପରମ୍ପରାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ ପଦକ ପ୍ରଦାନ ଉତ୍ସବରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପଦକ ପିନ୍ଧାଇବାର ପରମ୍ପରା ରହିଆସିଛି । ଏହା ମଧ୍ୟ ପ୍ରତ୍ୟେକ ଆଥ୍‌ଲେଟକଙ୍କ ପାଇଁ ଏକ ବଡ଼ ସ୍ୱପ୍ନ ବୋଲି ବିବେଚନା କରାଯାଇଥାଏ । ଚଳିତ ଥର କିନ୍ତୁ ସେ ଦୃଶ୍ୟ ଆଉ ଦେଖିବାକୁ ମିଳିବନାହିଁ । ଆଥଲେଟମାନେ ନିଜର ଗଳାରେ ନିଜେ ପଦକ ପିନ୍ଧିବେ । କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି  । ପାରମ୍ପାରିକ ମେଡାଲ ସେରିମନିରେ ଏଥର ପରିବର୍ତ୍ତନ କରାଯାଇଛି । ୩୩୯ଟି ଇଭେଣ୍ଟରେ ଆଥଲେଟମାନେ ନିଜ ଗଳାରେ ନିଜେ ପଦକ ପିନ୍ଧାଇବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)  ଅଧ୍ୟକ୍ଷ ଥୋମାସ୍ ବାକ୍ କହିଛନ୍ତି । ଏଥିସହ ମେଡାଲ ସେରିମନିରେ ହାତ ମିଳାଇବା ଓ ଆଲିଙ୍ଗନ କରିବାକୁ  କରିବାକୁ ମଧ୍ୟ ବାରଣ କରାଯାଇଛି । ଏଥର ଆଥଲେଟମାନଙ୍କୁ କେହି ପଦକ ପିନ୍ଧାଇବେ ନାହିଁ ବୋଲି ପ୍ରେସମିଟ୍‌ରେ କହିଛନ୍ତି । ଆଥଲେଟମାନଙ୍କୁ ଏକ ଟ୍ରେ’ରେ ପଦକ ପ୍ରଦାନ କରାଯିବ । ଆଥଲେଟମାନେ ନିଜେ ଟ୍ରେ’ରୁ ପଦକ ଉଠାଇ ନିଜେ ପିନ୍ଧିବେ । ଟ୍ରେ’ ପ୍ରଦାନ କରିବାକୁ ଥିବା ବ୍ୟକ୍ତି ମଧ୍ୟ ଡିସ୍ଇନ୍‌ଫେକଟେଡ୍ ଗ୍ଳୋଭ୍ସ ପିନ୍ଧିବେ । ଯାହାଫଳରେ ତାଙ୍କୁ କେହି ଛୁଇଁ ନ ଥିବା ନେଇ ଆଥଲେଟମାନେ ନିଶ୍ଚିତ ହେବେ ବୋଲି ବାକ୍ କହିଛନ୍ତି । ସାଧାରଣତଃ ଜଣେ ଆଇଓସି ସଦସ୍ୟ କିମ୍ୱା ବରିଷ୍ଠ ଅଧିକାରୀ ଅଲିମ୍ପିକ୍ସରେ ଆଥଲେଟମାନଙ୍କୁ ପଦକ ପିନ୍ଧାଇବାର ପରମ୍ପରା ରହିଥାଏ ପୂର୍ବରୁ ମେଡାଲିଷ୍ଟ ଓ ମେଡାଲ ସେରିମନିରେ ଅଂଶଗ୍ରହଣ କରିବାକୁ ଥିବା ଅଫିସିଆଲମାନେ ମାସ୍କ ପିନ୍ଧିବେ ବୋଳି ଆଇଓସି କହିଥିଲେ ।

ଏଥିସହିତ ପଢ଼ନ୍ତୁ:  ଆକ୍ଟିଭ୍ ମୋଡରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ: ମଧ୍ୟ ରାତ୍ରିରେ ଓଡ଼ିଶାରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପର କଲେ ସମୀକ୍ଷା

Leave a Reply