ବିଶ୍ୱ ଦେଖିବ ହକି, ଓଡ଼ିଶା ଆସିବେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ହକି ବିଶ୍ୱକପ ପାଇଁ ବିଭିନ୍ନ ରାଜ୍ୟର  ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଓଡ଼ିଶା ସରକାର  । ଓଡିଶାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ  ।  ଜାନୁଆରୀ ୧୩ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବ ବିଶ୍ୱକପ୍ ହକି  । କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି  । ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେଙ୍କୁ ନିମନ୍ତ୍ରଣ କରାଯାଇଛି  ।

ସେହିପରି ମହିଳା ଶସକ୍ତିକରଣ ମନ୍ତ୍ରୀ ବାସନ୍ତି ହେମ୍ୱମ୍ର ତ୍ରିପୁରା ମୁଖ୍ୟମନ୍ତ୍ରୀ  ମାଣିକ ଶାହାଙ୍କୁ  ଭେଟିଥିଲେ  । ଓଡିଶା ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ନମନ୍ତ୍ରଣ ଜାରି ରଖିଛନ୍ତି  । ହକି ବିଶ୍ୱକପ ଓଡିଶାରେ ପୁନର୍ବାର ଆୟୋଜିତ ହେବାକୁ ଯାଉଥିବାରୁ, ରାଜ୍ୟ ସରକାର ଏହାକୁ ଭବ୍ୟ ଭାବେ କରିବାକୁ ଚାହୁଁଛନ୍ତି  । ଯେଉଁଥି ପାଇଁ ସରକାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରୁଛନ୍ତି  ।