ଦିଲ୍ଲୀରେ ପହଞ୍ଚିଲା ମଙ୍କିପକ୍ସ, ନାହିଁ କୌଣସି ବିଦେଶ ଯାତ୍ରା ରେକର୍ଡ

1 min read

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା ମଙ୍କିପକ୍ସ ଏବେ ରାଜଧାନୀ ଦିଲ୍ଲୀରେ ପହଞ୍ଚିଛି । ମୌଲାନା ଆଜାଦ ମେଡିକାଲ କଲେଜରେ ଜଣେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ୩୧ ବର୍ଷୀୟ ଏହି ଆକ୍ରାନ୍ତଙ୍କ କୌଣସି ବିଦେଶ ଯାତ୍ରା ଇତିହାସ ରହିନାହିଁ  । କିନ୍ତୁ ପ୍ରବଳ ଜ୍ବର ସହ ତାଙ୍କ ଚର୍ମରେ ଫୋଟକା ହୋଇଥିବା ଦେଖିବାକୁ ମିଳିଛି ।

ପଶ୍ଚିମ ଦିଲ୍ଲୀରେ ରହୁଥିବା ଆକ୍ରାନ୍ତଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖାଯିବାରୁ ତାଙ୍କୁ ତିନି ଦିନ ପୂର୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ତାଙ୍କ ନମୁନା ଏନଆଇବି ପୁଣେ ପଠାଯିବା ପରେ ସେ ସଂକ୍ରମିତ ଥିବା ଜଣାପଡିଛି । ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ ଆକ୍ରାନ୍ତ ବ୍ୟକ୍ତି । ଦିଲ୍ଲୀରେ ସଂକ୍ରମଣ ଜଣାପଡିବା ପରେ ଭାରତରେ ଏହା ଚତୁର୍ଥ ମଙ୍କିପକ୍ସ ମାମଲା ଅଟେ ।

ଗତ ଜୁଲାଇ ୧୪ରେ ପ୍ରଥମ ସଂକ୍ରମଣ ମାମଲା କେରଳରୁ ଚିହ୍ନଟ ହୋଇଥିଲା। ଦୁନିଆର ୭୦ ଦେଶକୁ ବ୍ୟାପିଥିବା ମଙ୍କିଫକ୍ସକୁ WHO ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ବସ୍ଥ୍ୟ ସଂକଟ ଘୋଷଣା କରିଛି  । ଶାରିରୀକ ସଂପର୍କରୁ ମଙ୍କିଫକ୍ସ ବ୍ୟାପିଥାଏ । ଦୂଷିତ ସାମଗ୍ରୀ ଯେପରିକି ଲିନେନ, ବିଛଣା, ଇଲେକ୍ରୋନିକ୍ସ ଓ କପଡାରୁ ବି ସଂକ୍ରମଣ ବ୍ୟାପୁଥିବା ନଜିର ରହିଛି ।