‘କୋଭିଡକୁ ନେଇ ବୈଠକ ଡାକିଥିଲେ, କିନ୍ତୁ ନିଜେ କହିଲେ’

ନୂଆଦିଲ୍ଲୀ: କୋଭିଡକୁ ନେଇ ବୈଠକ ଡାକିଥିଲେ। କିନ୍ତୁ ନିଜେ କହିଲେ । ମୁଖ୍ୟମନ୍ତ୍ରୀଙ୍କ ମତ ନେଲେନି କିମ୍ବା କହିବାର ସୁଯୋଗ ଦେଲେନି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କରୋନାକୁ ନେଇ ହେଉଥିବା ବୈଠକରେ କିଛି କହିବାକୁ ସୁଯୋଗ ଦେଉ ନାହାଁନ୍ତି ପ୍ରଧାନମନ୍ତ୍ରୀ, ନା କିଛି ଶୁଣୁଛନ୍ତି । ଦେଶରେ ଲାଗି ରହିଥିବା କରୋନା ସ୍ଥିତିକୁ ନେଇ ୧୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୫୪ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଜି ଆଲୋଚନା କରିଛନ୍ତି ମୋଦି । ତେବେ ଏହି ବୈଠକରେ କିଛି କି କହିବାକୁ ସୁଯୋଗ ମିଳିନଥିବା ଆରୋପ ଲଗାଇଛନ୍ତି ମମତା ବାନାର୍ଜୀ ।

ପ୍ରଧାନମନ୍ତ୍ରୀଙ୍କ ସହ ହୋଇଥିବା ଆଜିର ବୈଠକ ଫ୍ଲପ୍ ଓ ଅପମାନଜନକ ବୋଲି କହିଛନ୍ତି ମମତା । ଯଦି ଦେଶରେ କରୋନା ସଂକ୍ରମଣ ସଂଖ୍ୟା କମୁଛି, ତେବେ ମୃତକଙ୍କ ସଂଖ୍ୟା କିଭଳି ବଢୁଛି ବୋଲି ପ୍ରଶ୍ନ କରିଛନ୍ତି ଦିଦି । ସେପଟେ ଏହାର ଜବାବରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆଚରଣ ଆଦୌ ବି ଗ୍ରହଣୀୟ ନୁହେଁ । ଦେଶରେ କରୋନାର ଦ୍ବିତୀୟ ଲହର ଅେକ କ୍ଷତି ପହଞ୍ଚାଉଥିବାବେଳେ ତୃଣମୂଳସ୍ତରରେ ଏହାର ମୁକାବିଲା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Leave a Reply