ଜାମିନ ନାମଞ୍ଜୁର ପରେ ଝାରପଡ଼ା ଜେଲ ଗଲେ କୋଟିପତି ପିଏସ ବିରଞ୍ଚି ନାରାୟଣ

1 min read

ଭୁବନେଶ୍ୱର: ଝାରପଡ଼ା ଜେଲ ଗଲେ କୁବେର ପିଏସ  । ଆଜି ଗିରଫ ହେବା ପରେ ଭିଜିଲାନ୍ସ କୋର୍ଟରେ  ହଜାର  ହୋଇଥିଲେ । ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲେ ବିରଞ୍ଚି । ଆସନ୍ତା ତେର ତାରିଖ ଯାଏଁ ବିଚାର ଭିବାଗୀୟ ହାଜତରେ ରହିବେ ବିରଞ୍ଚି ନାରାୟଣ  । ସେପଟେ ଭିଜିଲାନ୍ସ ବିଭାଗରେ ଖୋଳତାଡ଼ ବେଳେ ମିଳିଛି 25ରୁ ଅଧିକ  ଅଶାୟୀଙ୍କ ଆଡ଼ମିଟ କାର୍ଡ  ।

ସେପଟେ ବିରଞ୍ଚି ନାଁ ରେ କେତେ source of income ବାହାରିଛି ତା ଉପରେ ଆମେ ବିଚାର ବିମର୍ଶ କରୁଛୁ ଓ ବେଲ୍ ପାଇଁ ଆବେଦନ କରିଥିଲୁ  । କିନ୍ତୁ ମାନ୍ୟବର କୋର୍ଟ ବେଲ ରିଜେକ୍ଚ କରିଛନ୍ତି ।  ବିରଞ୍ଚି ଜେଲ ଯିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ତାଙ୍କ ଓକିଲ  । ଗତକାଲି ରାତି ରେ ରେଡ଼ ବେଳେ ବିରଞ୍ଚିଙ୍କ ଘର ଉପରକୁ କିଛି ଯୁବକ ପଥର ମାଡ଼ କରିଥିବା ସୂଚନା ରଚିଛି। ଭିଜିଲାନ୍ସ ଅଧିକାରୀ ପାଟି କରିବାରୁ ଛତ୍ର ଭଙ୍ଗ ଦେଇଥିବା ସୂଚନା ମିଳିଛି  ।

ଗତକାଲି ଠାରୁ ପ୍ରାୟ ୨୦ଘଣ୍ଟା ଧରି ମାରାଥନ ରେଡ୍‌ ପରେ ରାତି ସାଢ଼େ ୨ଟାରେ ସରିଥିଲା ରେଡ଼ । ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ଦେଢ କେଜି ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ ।

ଏଥିସହିତ ନିଯୁକ୍ତି ସମ୍ବନ୍ଧୀୟ ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ଜବତ କରାଯାଇଛି । ସେହିପରି ନୀଳାଦ୍ରିବିହାରରେ ୨ମହଲା କୋଠା, ଭକ୍ତିବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଞ୍ଚିଙ୍କ ନିକଟରୁ ୩କୋଟି ୭୯ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।

Leave a Reply