ପୁଣି ଜଗିଙ୍କ ଆଳ, ଜେରା ପାଇଁ ଆସିଲେନି EOW

1 min read

ଭୁବନେଶ୍ୱର: ପୁଣି ଆଳ ଦେଖାଇଲେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ଆଜି ହାଜର ହେଲେନି ଜଗି । ହାଜର ପାଇଁ ଇମେଲ୍ ଜରିଆରେ ସମୟ ମାଗିଲେ । ଏହାସହ କ୍ରାଇମ୍‌ବ୍ରାଞ୍ଚ୍‌ ଅଫିସ ନୁହେଁ, ଓଟିଭି ଅଫିସରେ ପଚରାଉଚରା ପାଇଁ ଇମେଲ୍ ଜରିଆରେ ଅନୁରୋଧ କରିଛନ୍ତି ଓଟଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା । ଆଜି କ୍ରାଇମ୍‌ବ୍ରାଞ୍ଚ୍‌ EOWରେ ହାଜର ହେବା ପାଇଁ ଜଗିଙ୍କୁ ନୋଟିସ୍ ହୋଇଥିଲା ।

jagi mangat Panda

ତେବେ କ୍ରାଇମବ୍ରାଞ୍ଚ୍‌ ନାବାଳିକା ଗଣଦୁଷ୍କର୍ମର ତଦନ୍ତ ଭାର ଗ୍ରହଣ କରିବା ପରେ ଏଯାଏଁ ଓଟିଭିର ତିନି ଜଣ ଅଧିକାରୀଙ୍କୁ ଜେରା କରିସାରିଛି । ଖୁବ୍‌ଶୀଘ୍ର କ୍ରାଇମ୍‌ବ୍ରାଞ୍ଚ୍‌ ସତ୍ୟର ପର୍ଦ୍ଦାଫାସ କରିବ ବୋଲି ନାବାଳିକାଙ୍କ ପରିବାର ଲୋକ ଆଶା ବାନ୍ଧିଛନ୍ତି । ଶନିବାର ଦିନ ୧୧ଟାରେ EOWରେ ହାଜର ହେବାକୁ ଶୁକ୍ରବାର ନୋଟିସ ଜାରି କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ଅଫିସରେ ଜଗି ଅନୁପସ୍ଥିତ ଥିବାରୁ ଓଟିଭିର ଜଣେ ବରିଷ୍ଠ ଅଧିକାରୀ ନୋଟିସ ଗ୍ରହଣ କରିଥିଲେ ।

ସେପଟେ ପୀଡ଼ିତା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ଆଧାରରେ ଜଗିମଙ୍ଗତ ପଣ୍ଡାଙ୍କୁ ପୁଣି ସମନ ଜାରି କରିଛି ରାଜ୍ୟ ମହିଳା କମିଶନ । ଆସନ୍ତା ୨୧ ତାରିଖରେ ହାଜର ହେବାକୁ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡାଙ୍କ ସହ ୩ ଜଣଙ୍କୁ ସାନି ସମନ ଜାରି ହୋଇଛି । ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ପରେ ଓଟିଭି ଅଫିସ୍‌ର ଆଭ୍ୟନ୍ତରୀଣ କମିଟି କଣ ପଦକ୍ଷେପ ନେଇଥିଲା, ସେ ବିଷୟରେ ଜାଣାଇବାକୁ ସମନ ଜାରି ହୋଇଛି ।

Leave a Reply