spot_img

Latest Posts

ରାଜ୍ୟରେ ଧାନ କିଣା ଠପ୍ , ମୁହାଁମୁହିଁ ମିଲର୍ସ ଓ ସରକାର…

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଧାନ କିଣାକୁ ନେଇ ଜାରି ରହିଛି ଅଚଳାବସ୍ଥା। ଆନ୍ଦୋଳନରେ ମିଲର୍ସ। ସରକାରଙ୍କ ସହ ମିଲର୍ସ ଆସୋସିଏସନର ବୈଠକ ବିଫଳ ପରେ ସାରା ଓଡ଼ିଶାରେ ଧାନକିଣା ଠପ୍। ମିଲର୍ସ ଧାନ କିଣିବା ବଦଳରେ ରାଜଧାନୀରେ ନିଜର ହକ ପାଇଁ ଯୋଗାଣ ବିଭାଗ ଆଗରେ ପ୍ରତିବାଦ କରୁଛନ୍ତି। ତାସହ ମଣ୍ଡିରୁ ଧାନ ନଉଠାବାକୁ ସରକାରଙ୍କୁ ସିଧାସଳଖ ଚେତାଇ ଦେଇଛନ୍ତି। ଦାବି ପୂରଣ ନେଇ ସରକାର ଲିଖିତ ପ୍ରତିଶୃତି ନଦେବା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ସଂଘ। ଏହାସହ ରାଜ୍ୟର ସବୁ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରଖିବାକୁ କହିଛି ସଂଘ। ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡିଙ୍କ ସହ ବସିଥିବା ବୈଠକ ବିଫଳ ହୋଇଛି। କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ସ ଆସୋସିଏସନ।

ଚଳିତ ବର୍ଷ ମାସେ ବିଳମ୍ବରେ ଧାନ କିଣା ଆରମ୍ଭ କରିଥିଲେ ରାଜ୍ୟ ସରକାର। ଏଯାଏଁ ଚାଷୀଙ୍କ ଠାରୁ ୩୦ ପ୍ରତିଶତ ଧାନ ଉଠାଇ ନାହାନ୍ତି ସରକାର। ଯାହାକୁ ନେଇ ବିଜେଡି ସରକାରଙ୍କୁ ବାରମ୍ବାର ଘେରିବା ସହ ତୁରନ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି କରିଆସୁଛି। ନିର୍ବାଚନରେ ଚାଷୀଙ୍କୁ ସ୍ବପ୍ନ ଦେଖାଇ କ୍ଷମତାକୁ ଆସିବା ପରେ ପ୍ରତାରଣା ଦେଇ ଚାଲିଛି ବିଜେପି ସରକାର। ସାରା ରାଜ୍ୟରେ ଚାଷୀ ଦହଗଞ୍ଜ ହେଉଥିବାରୁ ବିଜେଡି ଚୁପ ହୋଇ ବସିବନି ବୋଲି କଡ଼ା ଚେତାବନୀ ଦେଇଛି। ସେପଟେ ପିସିସି ସଭାପତି କହିଛନ୍ତି, ଧାନକିଣା ଫେଲ ମାରିଥିବାରୁ ତୁରନ୍ତ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ। ଯାହାର ଜବାବ ରଖିଛି ବିଜେପି। ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଜାରି ରହିଥିବାରୁ ସାରା ରାଜ୍ୟରେ ଉଗ୍ରରୂପ ନେଲାଣି ଚାଷୀ ଅସନ୍ତୋଷ। ଠିକ ଏତିକି ବେଳେ ମିଲର୍ସ ଆନ୍ଦୋଳନ ଜାରି ରଖିବା ସରକାରଙ୍କ ଚିନ୍ତାକୁ ଦ୍ବିଗୁଣ କରିଛି।

Latest Posts

Don't Miss