spot_img

Latest Posts

ରାଜ୍ୟରେ ସଂପୂର୍ଣ୍ଣ ଠପ୍ ଧାନ କିଣା, ଶୀତ କାକରରେ ଅମଳ ଫସଲ ଧରି ବସି ରହିଛନ୍ତି ଅନ୍ନଦାତା

ନନ୍ଦିଘୋଷ ବ୍ୟୁରୋ :  ରାଜ୍ୟରେ ସଂପୂର୍ଣ୍ଣ ଠପ୍ ଧାନ କିଣା। ମିଲର୍ସଙ୍କ ଆନ୍ଦୋଳନ ଜାରି। ଶୀତ କାକରରେ ଧାନବସ୍ତା ଧରି ବସି ରହିଛନ୍ତି ଅନ୍ନଦାତା। ସରକାର କେବେ କିଣିବେ ଚାଷୀଙ୍କ ଧାନ, ତାହା ଏବେ ବି ଅସ୍ପଷ୍ଟ। ଯାହାକୁ ନେଇ ସାରା ଓଡ଼ିଶାରେ ତୀବ୍ର ହେବାରେ ଲାଗିଛି ଚାଷୀ ଅସନ୍ତୋଷ। ଧାନକିଣାରେ ଅବ୍ୟବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ବିଧାୟକ ଅରୁଣ ସାହୁ କହିଛନ୍ତି, ସରକାର କହିଲେ ମନ୍ତ୍ରୀମାନେ ମଣ୍ଡି ଜଗିବେ। ହେଲେ ଏବେ ମନ୍ତ୍ରୀଙ୍କ ଘରକୁ ଜଗୁଛନ୍ତି ପୋଲିସ। ଶୀତ କାକରରେ ମଣ୍ଡି ଆଗରେ ବସିଛନ୍ତି କୃଷକ ଭାଇ। କିନ୍ତୁ ସରକାର ଚାଷୀଙ୍କ ଠାରୁ ଧାନ କିଣିବାରେ ହେଉଛନ୍ତି ଅସମର୍ଥ। ଯଦି ସବୁ  ଚାଷୀଙ୍କ ଠାରୁ ସରକାର ଧାନ କିଣିବେ ନାହିଁ, ତେବେ ଏହା ବିରୋଧରେ ଆନ୍ଦୋଳନକୁ ଜୋରଦାର କରିବ ବୋଲି ଚେତାବନୀ ଦେଇଛି ଦଳ। ସେହିପରି ସରକାର ଜାଣିଶୁଣି ଚାଷୀଙ୍କ ଧାନ କିଣୁନାହାନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ।

ଅନ୍ୟପଟେ ରାଜ୍ୟରେ ମିଲର୍ସ ଆନ୍ଦୋଳନକୁ ନେଇ ଭିନ୍ନ ଯୁକ୍ତି ବାଢିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ମିଲର୍ସଙ୍କ ୪ ଦଫା ଦାବି ପୂରଣର କୌଣସି ଯଥାର୍ଥତା ନାହିଁ ବୋଲି ସିଧାସିଧା କହିଛନ୍ତି ମନ୍ତ୍ରୀ। ଏବେ ଧାନ କିଣା ସିଜିନ ଚାଲିଛି, ତେଣୁ ସରକାରଙ୍କୁ ହରଡ଼ ଘଣାରେ ପକାଇବାକୁ ମିଲର୍ସ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ସେପଟେ କିନ୍ତୁ ନିଜ ଜିଦରେ ଅଟଳ ରହିଛନ୍ତି ମିଲର୍ସ। ଧାନ କିଣା ବନ୍ଦ ଓ ଟୋକନ ସମସ୍ୟାରେ ଘାଣ୍ଟି ହେଉଛନ୍ତି ଅନ୍ନଦାତା। ଏଯାଏଁ ୩୦ ପ୍ରତିଶତ ଧାନ କିଣା ଯାଇଥିବା ବେଳେ, ସରକାରଙ୍କ ପାରିବାପଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Latest Posts

Don't Miss