spot_img

Latest Posts

ଋଣ ଚାପରେ ଜୁଝି ହେଉଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ : ଆର୍ଥିକ ସଙ୍କଟରେ ଗତି କରୁଛି ପାକିସ୍ତାନ। ଜନତାଙ୍କ ଦୁର୍ଦିନରେ କଟୁଛି ଜୀବନ । ଋଣ ଚାପରେ ଜୁଝି ହେଉଛି ଦେଶ । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି IMF ପାକିସ୍ତାନକୁ ପ୍ରାୟ ୧.୨ ବିଲିୟନ ଡଲାର ଋଣ ଦେବାକୁ ଘୋଷଣା କରିବା ପରେ ସତ ପଦାକୁ ଆସିଛି । ଅତ୍ୟଧିକ ଋଣ ଚାପ, ଦୁର୍ବଳ ନିବେଶ ପରିବେଶ ଏବଂ ମନ୍ଥର ନିଯୁକ୍ତି ଅଭିବୃଦ୍ଧି ଭଳି କାରଣଗୁଡ଼ିକ ଦ୍ୱାରା ଏହାର ଅର୍ଥନୀତି ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଦେଶବାସୀଙ୍କ ମୁଣ୍ଡପିଛା ଆୟ ୧୫୦ ଟଙ୍କା ଥିବା ରିପୋର୍ଟରୁ ଜଣାପଡିଛି । ୨୦୨୩-୨୪ରେ ୨୩.୪ ପ୍ରତିଶତର ମୁଦ୍ରାସ୍ଫୀତି ୨୦୨୪-୨୫ରେ ୪.୫ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ IMF ଆକଳନ କରିଛି ଯେ ଏହା ୨୦୨୫-୨୬ରେ ୬.୩ ପ୍ରତିଶତକୁ ବୃଦ୍ଧି ପାଇପାରେ। ଦ୍ରୁତ ଗତିରେ ବଢ଼ୁଥିବା ଜନସଂଖ୍ୟା, ସୀମିତ ସମ୍ବଳ ଏବଂ ରାଜନୈତିକ ଅସ୍ଥିରତା ପାକିସ୍ତାନର ଆର୍ଥିକ ସଙ୍କଟକୁ ଅଧିକ ଜଟିଳ କରୁଥିବା ଅର୍ଥନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।

Latest Posts

Don't Miss