ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର; ବହୁ ବିବାଦ ପରେ ମିଳିଲା ଅନୁମତି

ଇସଲାମାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । କିଛି ଦିନ ପୂର୍ବେ ପାକିସ୍ତାନ ରାଜଧାନୀ ଇସଲାମାବାଦରେ ବିବାଦ ଦେଖିବାକୁ ମିଳିଥିଲା । ଯେତେବେଳେ ହିନ୍ଦୁ ସମୁଦାୟଙ୍କ ପାଇଁ ଆବଣ୍ଟିତ ହୋଇଥିବା ଜମିକୁ ରଦ୍ଧ କରାଯିବା ପରେ ସୃଷ୍ଟି ହୋଇଥିଲା ଏହି ବିବାଦ । ହିନ୍ଦୁଙ୍କ ଆବଣ୍ଟିତ ହୋଇଥିବା ଜମିରେ ମନ୍ଦିର, ଶ୍ମଶାନ ଘାଟ ଓ ସାମୁଦିୟକ କେନ୍ଦ୍ର ନିର୍ମାଣ ହେବାର ଥିଲା । ତେବେ ଏହି ଘଟଣା ଉପରେ ଆଲୋଚନା ପରେ ଏହି ଜମିକୁ ପୁଣି ଥରେ ହିନ୍ଦୁ ସମୁଦାୟଙ୍କୁ ଆବଣ୍ଟିତ କରାଯାଇଥିଲା । ଡୋନ୍ ନ୍ୟୁଜ ପେପରର ଏକ ରିପୋର୍ଟ ଅନୁସାରେ ରାଜଧାନୀ ବିକାଶ ପ୍ରାଧିକରଣ ଇସଲାମାବାଦ ହାଇକୋର୍ଟରେ ଏକ ମାମଲାରେ ଶୁଣାଣି ସମୟରେ କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି ସୋମବାର କୋର୍ଟରେ କହିଛନ୍ତି କି ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିବା ଜମିକୁ ବାତିଲ କରାଯାଇଛି । ସିଡତିଏର ପରାମର୍ଶଦାତା ଜାଭେଦ ଇକବାଲ କୋର୍ଟଙ୍କୁ କହିଛନ୍ତି କି ନାଗରିକ ଏଜେନ୍ସି ଚଳିତ ବର୍ଷ ଫେବୃଆରୀରେ ହିନ୍ଦୁ ସମ୍ପ୍ରାଦାୟ ପାଇଁ ଜମି ବାତିଲ କରିସାରିଛି ।

ରିପୋର୍ଟ ଅନୁଯାୟୀ ୨୦୧୬ରେ ଇସଲାମାବାଦରେ ୦.୫ ଏକର ଜମି ହିନ୍ଦୁ ସମ୍ପ୍ରଦାୟଙ୍କୁ ଦିଆଯାଇଥିଲା । ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଓ ସମ୍ପ୍ରଦାୟିକ  କେନ୍ଦ୍ର ନିର୍ମାଣ କରାଯାଇଥାନ୍ତା । ଜମି ଆବଣ୍ଟନ ବାତିଲ ହେବା ପେ ପାକିସ୍ତାନୀ ସୋସିଆଲ ମିଡିଆରେ ହିନ୍ଦୁ ସମ୍ପ୍ରଦାୟ କ୍ରେଧ ପ୍ରକାଶ କରିଥିଲେ । ଏହି ପ୍ରସଙ୍ଗରେ ସିଡିଏ ମୁଖପାତ୍ର ଆସିଫ ରାଜା କହିଛନ୍ତି ଯେ ସରକାରଙ୍କ ନିଷ୍ପତି ପରେ ବିଭିନ୍ନ କାର୍ଯ୍ୟାଳୟ, ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ ଅନୁଷ୍ଠାନକୁ ଦିଆଯାଇଥିବା ଜମି ଆବଣ୍ଟନ ବାତିଲ କରାଯାଇଛି । ଯେଉଁ ଜମିରେ କୌଣସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ ସେ ସବୁ ଜମିକୁ ବାତିଲ କରାଯାଇଛି । କିନ୍ତୁ ନାଗରିକ ଏଜେନ୍ସି ସମ୍ପୃକ୍ତ ଅଧିକାରୀମାନେ କ୍ୟାବିନେଟର ଏହି ନିଷ୍ପତିକୁ ଭୁଲ ବୁଝିଥିଲେ । ଏହି କାରଣରୁ ହିନ୍ଦୁ ସମ୍ପ୍ରଦାୟକୁ ଦିଆଯାଇଥିବା ଜମି ମଧ୍ୟ ବାତିଲ କରାଯାଇଥିଲା । ସେ ଆହୁରି କହିଛନ୍ତି କି ଯେହେତୁ ମନ୍ଦିର ପାଇଁ ଆବଣ୍ଟିତ ଜମିରେ ସୀମା ପ୍ରଚୀର ନିର୍ମାଣ ପାଇଁ ଅନୁମୋଦନ ମିଳିସାରିଛି  । ତେଣୁ ଏହି ଜମିକୁ ବାତିଲ କରାଯାଇପାରିବ ନାହିଁ । ଯେଉଁ ଜମିରେ ନିର୍ମାଣ କାର୍ଯ୍ୟ କରାଯାଇ ନାହିଁ ସେହି ସବୁ ଜମିକୁ ବାତିଲ କରାଯାଇଛି । ତେବେ ଏପରି ଘଟଣାରେ କାହରି ଉଦ୍ଦେଶ୍ୟ ନାହିଁ । କ୍ୟାବିନେଟର ନିଷ୍ପତି ପାଇଁ କିଛି ଦ୍ବନ୍ଦ ସୃଷ୍ଟି ହୋଇଥିଲା । ତେବେ ଏହି ମାମଲାରେ ଉଚ୍ଚ ପଦକ୍ଷେପଙ୍କ ହସ୍ତକ୍ଷେପ ପରେ ଜମି ଆବଣ୍ଟନ ପୁନଃସ୍ଥାପିତ ହୋଇଛି ।

ସୂଚନାଯୋଗ୍ୟ ଯେ ଗତବର୍ଷ ଜୁଲାଇରେ ପାକିସ୍ତାନର କଟରପନ୍ଥୀ ଗୋଷ୍ଠୀ ଇସଲାମାବାଦରେ ସରକାରୀ ଅର୍ଥରେ ଏକ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସମାଲୋଚନା କରିଥିଲେ ଏବଂ ଏହି କାରଣରୁ ସିଡିଏ ଉକ୍ତ ସ୍ଥାନରେ ନିର୍ମାଣକୁ ବନ୍ଦ କରିଥିଲା । ତେବେ ଗତବର୍ଷ ଡିସେମ୍ବରରେ ଏହି ଜମିର ସୀମା ପ୍ରାଚୀର ନିର୍ମାଣ ପାଇଁ ଅନୁମତି ଦିଆଯିବା ପରେ ଏହି ସମସ୍ୟାର ସମାଧାନ କରାଯାଇଥିଲା । ଇସଲାମାବାଦର ସୟଦପୁର ଗ୍ରାମରେ ପୂର୍ବରୁ ଏକ ମନ୍ଦିର ଥିଲା, କିନ୍ତୁ ସେହି ମନ୍ଦିରକୁ ଦଶନ୍ଧି ପୂର୍ବରୁ ନଷ୍ଟ ହୋଇଯାଇଥିଲା ।

Leave a Reply