ଇମ୍ରାନ ଖାନ୍‌ଙ୍କ ଫୋନ ହ୍ୟାକ୍: ଭାରତ ଗୁଇନ୍ଦାଗିରି ଚଳାଇଥିବା ନେଇ ଅଭିଯୋଗ ଆଣିଲା ପାକିସ୍ତାନ

1 min read

ଇସ୍‌ଲାମାବାଦ୍: ହ୍ୟାକ୍ ହୋଇଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ । ଇସ୍ରାଏଲ୍ ସଫ୍ୱଓ୍ୱେୟାର ପେଗାସସ୍ ଜରିଆରେ ଏହାକୁ ହ୍ୟାକ କରାଯାଇ ଗୁଇନ୍ଦିଗିରି ଚାଲିଥିବା ଜଣାପଡ଼ିଛି । ଆଉ ଏ ନେଇ ଭାରତକୁ ଦାୟୀ କରିଛନ୍ତି ପାକିସ୍ତାନ । ଭାରତ ଇମ୍ରାନ୍‌ଙ୍କ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିସହିତ ହ୍ୟାକିଂର ସବିଶେଷ ରିପୋର୍ଟ ଆସିଲା ପରେ ଏହାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରାଯିବା ବୋଲି ସେଠାକାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓ୍ୱଦ ହୁସେନ କହିଛନ୍ତି ।

ଏହା ପୂର୍ବରୁ ଫାଓ୍ୱଦ ହୁସେନ୍ ଟ୍ୱିଟ୍ କରି ଏହି ପ୍ରସଂଗରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତ ସରକାର ଦ୍ୱାରା ଇସ୍ରାଏଲ୍ ସଫ୍ଟଓ୍ୱେୟାର ବ୍ୟବହାର କରି ସାମ୍ୱାଦିକ, ବିରୋଧୀ ଦଳ  ନେତା ଏବଂ ଶାସକ ଦଳ ନେତାଙ୍କ ଗୁଇନ୍ଦାଗିରି କରାଯିବା ବଡ଼ ଚିନ୍ତାଜନକ ଘଟଣା । ଏନେଇ ପାକିସ୍ତାନ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ହ୍ୟାକ୍ କରାଯାଇଥିବା ଫୋନ୍ ମଧ୍ୟରେ ଇମ୍ରାନ୍‌ଙ୍କ ମଧ୍ୟ ଫୋନ୍ ରହିଛି । ପାକିସ୍ତାନୀ ଖବରକାଗଜ ଡାନ୍ ଅନୁଯାୟୀ ଭାରତ ପାଖାପାଖି ୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ନମ୍ୱର ଉପରେ ଏହି ସଫ୍ୱଓ୍ୱେୟାର ଜରିଆରେ ସର୍ଭିଲାନ୍ସ ଜାରି ରଖିଛି । ଏବଂ ଏଥିରେ ଶତାଧିକ ନମ୍ୱର ପାକିସ୍ତାନର । ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇମ୍ରାନଙ୍କ ଫୋନ୍ ହ୍ୟାକିଂ ଡିଟେଲ୍ସ ଆସିଯିବ ଏହାକୁ ଉଚିତ୍ ମଞ୍ଚରେ ଉଠାଯିବା । ଏକ ଦାବି  ମୁତାବକ ଭାରତ ସମେତ ବହୁ ଦେଶର ସରକାର ୧୫୦ରୁ ଅଧିକ ସାମ୍ୱାଦିକ ମାନବାଧିକାର କର୍ମକର୍ତ୍ତା ଏବଂ ଅନ୍ୟ ସାମାଜିକ କର୍ମୀଙ୍କ ଗୁଇନ୍ଦାଗିରି ଚଳାଇଛନ୍ତି ।

Leave a Reply