ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଆରମ୍ଭ ହେଲା ଭୋଟ୍ ଗଣତି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହେଲା ଭୋଟ୍ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ଭୋଟ୍ ଗଣତି ସମୟରେ ପ୍ରତି ପଞ୍ଚାୟତରେ ଗଣତି ପାଇଁ ଗୋଟିଏ ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ରହିଛନ୍ତି । ତେବେ ସହାୟତ ପାଇଁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଭୋଟ ବାକ୍ସରୁ ବାଲାଟ ପେପରକୁ ରଙ୍ଗ ଅନୁସାରେ ସର୍ଟିଂ କରିବା ପରେ ଆରମ୍ଭ ହେବ ଗଣତି ।

ସୂଚନା ଅନୁସାରେ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ । ଆଜି ରାଜ୍ୟର ୩୧୪ ବ୍ଲକର ୩୧୫ ଜିଲ୍ଲା ପରିଷଦ ଆସନରେ ଭୋଟ ଗଣତି ହେବ । ଏହା ସହିତ ଏହି ଆସନ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡମେମ୍ବର ଫଳାଫଳ ପ୍ରକାଶ ପାଇବ । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ଜିଲ୍ଲା ପରିଷଦ ଜୋନରେ ଗଣତି ହେବାକୁ ଥିବାବେଳେ ଭୋଗରାଇ ବ୍ଲକର ୨ଟି ଜିଲ୍ଲାପରିଷଦ ଆସନରେ ଗଣତି ହେବ । ପ୍ରତି ୱାର୍ଡର ଗଣତି ପରେ ମାଇକ୍ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Leave a Reply