spot_img

Latest Posts

ଶ୍ରୀଲୋକନାଥ ଦେବଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ

ପୁରୀ : ପୂର୍ଣ୍ଣାଙ୍ଗ ଦର୍ଶନ ଦେଲେ ବାବା ଲୋକନାଥ । ପୂର୍ଣ୍ଣ ଲିଙ୍ଗର ଦର୍ଶନ କରି କୃତାର୍ଥ ଶ୍ରଦ୍ଧାଳୁ । ପଙ୍କୋଦ୍ଧାର ଏକାଦଶୀରେ କମ୍ଭିରାରୁ ଓଝଳାଗଲା ପଙ୍କ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀଲୋକନାଥ । ବର୍ଷ ତମାମ ଭକ୍ତମାନେ ଦର୍ଶନ କରି ବେଲପତ୍ର, ପୁଷ୍ପ , ଫଳ, ସୁନା, ରୁପା ଓ ନୈବେଦ୍ୟ ଅର୍ପଣ କରନ୍ତି । ଏହା କଢ଼ା ନଯାଇ ଗମ୍ଭିରାରେ ଗଦା ହୋଇ ରହିଥାଏ । ଶିବରାତ୍ରି ପୂର୍ବରୁ ପଙ୍କ ଉଦ୍ଧାର ଏକାଦଶୀରେ ଏହି ପଙ୍କ ବାହାର କରାଯାଇଥାଏ । ଏଥିପାଇଁ ରାତ୍ର ୧୨ ଟା ରୁ ଦ୍ୱାରଫିଟା ଯାଇ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ବଢିବା ପରେ ଆରମ୍ଭ ହୋଇଥିଲା ଗମ୍ଭିରା ଓଝଳା କାମ । ଜିଲ୍ଲାପ୍ରଶାସନ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନୀତିକୁ ଶୃଙ୍ଖଳିତ କରାଯାଇ ପ୍ରତ୍ୟୁଷରୁ ବହୁ ସେବାୟତ ପଙ୍କ ଉଝୁଳା କାର୍ଯ୍ୟରେ ସାମିଲ ହୋଇଥିଲେ । କମ୍ଭିରା ସଫେଇ ସରିବା ପରେ ମହାସ୍ନାନ କରାଯାଇ ଆରମ୍ଭ ହୋଇଥିଲା ସର୍ବସାଧାରଣ ଓ ଟିକେଟ ଦର୍ଶନ । ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ପୂର୍ଣ୍ଣାଙ୍କ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ।
ଲୋକକଥା ଅନୁସାରେ ମର୍ଯ୍ଯାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା କରିଥିଲେ । ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ହୋଇଥାଏ ପଙ୍କୋଦ୍ଧାର ଏକାଦଶୀରେ ଶ୍ରୀଲୋକନାଥଙ୍କୁ ଦର୍ଶନ ସରେ ସମାନ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ବାବାଙ୍କ ଦର୍ଶନ ପାଇଁ ପୀଠରେ ଜମିଛି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏଥିପାଇଁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରାୟ ୧୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ପାନୀୟ ଜଳ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯଇଥିବା କହିଛନ୍ତି ଜିଲ୍ଲାପାଳ । ଆଉ ଦିନକ ପରେ ଜାଗର ଯାତ୍ରା । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ।

Latest Posts

Don't Miss