ସୁପ୍ରିମକୋର୍ଟ ଗଲେ ପରମବୀର ସିଂହ

Supreme Court Okays CBI Probe For Ex Minister Anil Deshmukh

ମୁମ୍ବାଇ: ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ଚିଠି ବିବାଦ ମାମଲା। ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି। ସିବିଆଇ ଘଟଣାର ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଦାବି କରିଛନ୍ତି ପରମବୀର ସିଂ ।

ଆସନ୍ତା ୨୬ ତାରିଖରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିପାରନ୍ତି । ସେପଟେ ସଂସଦରେ ଉଠିଛି ମହାରାଷ୍ଟ୍ର ଝଡ଼ । ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପି ସାଂସଦ ଏହି ପ୍ରସଙ୍ଗ ଉଠାଇ ମହାରାଷ୍ଟ୍ର ସରକାରକୁ ସମାଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେବା ଦରକାର ବୋଲି ସଂସଦରେ ଦାବି କରିଛି ବିଜେପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ କେନ୍ଦ୍ରୀୟ ସଂସ୍ଥାକୁ ଦାୟିତ୍ବ ଦେବାକୁ ଦଳ ଦାବି କରିଛି । ସେପଟେ ମହାରାଷ୍ଟ୍ର ଘଟଣାରୁ ନିଜକୁ ଦୂରେଇ ରଖିଥିବା କଂଗ୍ରେସ ଆଜି ଏହି ପ୍ରସଙ୍ଗରେ ମନ୍ତବ୍ୟ ରଖିଛି ।

ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି । ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଛି ବିରୋଧୀ ବିଜେପି । ସେପଟେ ରାମଦାଶ ଅଠାୱଲେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି କହିଛନ୍ତି।

Leave a Reply