ସଂସଦରେ ବିହାର ଏସଆଇଆର ଝଡ଼, ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି ବିରୋଧୀ ଦଳର ନାରାବାଜି

ନୂଆଦିଲ୍ଲୀ ; ଚତୁର୍ଥ ଦିନରେ ବି ସଂସଦରେ ବିହାର ଏସଆଇଆର ଝଡ଼। ସ୍ପେସାଲ ଇଣ୍ଟେନସିଭ ରିଭିଜନକୁ ନେଇ ସଂସଦ ଭବନର ମକର ଦ୍ବାରରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି ବିରୋଧୀ। ସଂସଦ ଅଧିବେଶନ ଆରମ୍ଭ ଦିନରୁ ହିଁ ଏସଆଇଆର ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଲାଗୁରହିଛି। ଏସଆଇଆର ଯୋଗୁ ବର୍ତ୍ତମାନ ସୁଦ୍ଧା ୫୦ ଲକ୍ଷରୁ ଅଧିକ ଭୋଟର ବାଦ୍ ପଡିଥିବା ନେଇ ସୂଚନା ମିଳିଥିବାବେଳେ ଆହୁରି ବହୁ ଅଧିକ ଭୋଟର ବାଦ୍ ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଏହା ବିରୋଧରେ କଂଗ୍ରେସ, ଆରଜେଡି, ବାମପନ୍ଥୀ ସମେତ ଇଣ୍ଡିମେଣ୍ଟ ସାଂସଦମାନେ ବିକ୍ଷୋଭ କରିଛନ୍ତି। ସେପଟେ ଦିଲ୍ଲୀରେ ଚାଲିଥିବା ପୂର୍ବାଞ୍ଚଳୀମାନଙ୍କ ବିରୋଧରେ ଅଭିଯାନକୁ ନେଇ ଆପ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।