spot_img

Latest Posts

କୋଟିଆରେ ପଶିଲେ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ

କୋଟିଆରେ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ । କୋଟିଆରେ ପଶିଛନ୍ତି ଆନ୍ଧ୍ର ଆଦିବାସୀ କଲ୍ୟାଣ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଗୁମ୍ମିଡି ସନ୍ଧ୍ୟାରାଣୀ। କୋଟିଆ ପଞ୍ଚାୟତର ନେରେଡିବାଲସା ଗାଁରେ ଦାଣ୍ଡି ଗାଁରୁ ନେରେଡିବାଲସା ପର୍ଯ୍ୟନ୍ତ ନିର୍ମିତ ରାସ୍ତାର ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମନ୍ତ୍ରୀ । ରାସ୍ତା ଉଦ୍ଘାଟନ ପରେ ନେରେଡିବାଲସା ଠାରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୂରା ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେପଟେ ଓଡ଼ିଶା ପ୍ରଶାସନ ଉପରେ କୌଣସି ଫରକ ପଡ଼ିନଥିବା ଦେଖିବାକୁ ମିଳିଛି । ଆନ୍ଧ୍ର ମନ୍ତ୍ରୀଙ୍କ ଏହିପରି ଉଦ୍ଘାଟନ ଓ ସହଯୋଗକୁ ଓଡ଼ିଶାର ଗଞ୍ଜେଇପଦର, ଫାଟୁସିନେରି, ଫଗୁଣସିନେରି, ତାଡିବାଲସା, ନେରେଡିବାଲସା ସମେତ ଅନ୍ୟ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ବର୍ତ୍ତମାନ ରାସ୍ତା ନିର୍ମାଣ ହୋଇଥିବାରୁ ଆମେ ସୁବିଧାରେ ଯାତାୟାତ କରି ପାରିବୁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଅନ୍ୟପକ୍ଷରେ ଗ୍ରାମର ଅନେକ ପରିବାରବର୍ଗ ସରକାରୀ ଘର ପାଇବାରୁ ବଞ୍ଚିତ ହୋଇଥିବା ବେଳେ ମନ୍ତ୍ରୀ ଏହା ଉପରେ ଦୃଷ୍ଟି ପକାଇ ପଦକ୍ଷେପ ନେବା ପାଇଁ ଗ୍ରାମବାସୀ ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ପାର୍ବତୀପୁରମ ମାନ୍ୟମ ଜିଲାର ସାଲୁର୍ ବିଡିଓ ଜି. ପାର୍ବତୀ ଆମ୍ମା, ତହସିଲଦାର ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାର ପଟ୍ଟାଙ୍ଗି ପ୍ରଶାସନ କୋଟିଆ ପଞ୍ଚାୟତ ସଦରମହକୁମାରେ ରହି ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଲୋକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବାରେ ବ୍ୟସ୍ତ ରହିଥିଲା।

Latest Posts

Don't Miss