spot_img

Latest Posts

କଣ୍ଟେନକୁ ଧକ୍କା ଦେଲା କାର୍ : ଚାରି ମୃତ, ଅନେକ ଆହତ..

ନନ୍ଦିଘୋଷ ବ୍ୟୁରୋ ; ବିହାରର ରାଜଧାନୀ ପାଟନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ପାର୍କିଂ କଣ୍ଟେନରକୁ ଧକ୍କା ଦେଲା ସ୍କୋର୍ପିଓ । ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଏହି ଘଟଣା ବାର ଉପଖଣ୍ଡର ବଖତିୟାରପୁର ମୋକାମା ଚାରି ଲେନରେ ଘଟିଛି ।

ଦେଖଣାହାରୀ କହିବାନୁଯାୟୀ, ଦୁଇଟି ଗାଡ଼ି ଏକ ପାର୍କିଂ ହୋଇଥିବା କଣ୍ଟେନର ସହିତ ଧକ୍କା ହୋଇଥିଲା । ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଓ ଅନେକ ଆହତ ହୋଇଥିଲେ । ଘନ କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଛି  । ଘନ କୁହୁଡ଼ି ଯୋଗୁଁ ଠିଆ ହୋଇଥିବା ଏକ କଣ୍ଟେନରକୁ ଧକ୍କା ହୋଇଥିଲା ସ୍କୋର୍ପିଓ । ତା’ପରେ ଏହା ପଛରେ ଆସୁଥିବା ଅନ୍ୟ ଦୁଇଟି ଗାଡ଼ି ପରସ୍ପର ସହିତ ଧକ୍କା ହୋଇଥିଲା । ଗୋଟିଏ ଗାଡ଼ି କଣ୍ଟେନରରେ ଫସି ଯାଇଥିଲା ।

ମୃତ୍ୟୁବରଣ କରିଥିବା ଚାରି ଜଣ ବ୍ୟକ୍ତି ଗୋଟିଏ ଗାଡ଼ିରେ ଯାତ୍ରା କରୁଥିଲେ । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଆଠମାଗୋଲା ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ହାଇୱେରେ ଏକ କିଲୋମିଟର ରାସ୍ତା ଜାମ ହୋଇ ଯାଇଥିଲା । ପୋଳଇସ ପହଞ୍ଚି ରାସ୍ତା ଖାଲି କରିଥିଲା । କ୍ଷତିଗ୍ରସ୍ତ ଯାନଗୁଡ଼ିକୁ ରାସ୍ତା ପାର୍ଶ୍ୱକୁ ସ୍ଥାନାନ୍ତର କରାଯାଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୋଲିସ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି।

Latest Posts

Don't Miss