ଇସ୍ରାଏଲୀ ଆକ୍ରମଣ : ଭୟରେ ଇରାନ ଛାଡୁଛନ୍ତି ଲୋକେ, ସୀମାନ୍ତ ଅଞ୍ଚଳରେ ଟ୍ରାଫିକ ଜାମ୍
1 min read
ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲର ଭୟଙ୍କର ଆକ୍ରମଣ ଭିତରେ ବହୁ ସଂଖ୍ୟକ ଲୋକ ଇରାନର ରାଜଧାନୀ ତେହେରାନରୁ ପଳାୟନ କରୁଛନ୍ତି । ରାଜଧାନୀ ତେହେରାନରେ ରାତିସାରା ବିସ୍ଫୋରଣର ଶବ୍ଦ ଶୁଣାଯାଉଥିଲା । ଆକ୍ରମଣର ଶିକାର ହେବା ପରେ, ସହରବାସୀ ପଳାୟନ କରିବା ଆଣମ୍ଭ କରିଛନ୍ତି । ସାଦତ ଆବାଦର ଜଣେ ବାସିନ୍ଦା ଏକ ରିପୋର୍ଟରେ ଲକ ଗଣମାଧ୍ୟମକୁ କହିଛନ୍ତି ଯେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଆପାର୍ଟମେଣ୍ଟ ଥରି ଉଠିଲା। ପଡ଼ୋଶୀ କୋଠାରେ ନିଆଁ ଲାଗିଗଲା। ଲୋକମାନେ ଭୟରେ ତଳ ମହଲା ଦୌଡ଼ିବାକୁ ଲାଗିଲେ। ଛୋଟ ପିଲାମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇଗଲା। ଇସ୍ରାଏଲ ପରି, ଇରାନର ରାଜଧାନୀ ତେହେରାନରେ ଆଧୁନିକ ବୋମା ଆଶ୍ରୟସ୍ଥଳ ନାହିଁ, ତେଣୁ ସହରର ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ, ବେସମେଣ୍ଟ କିମ୍ବା ପୁରୁଣା ଆଶ୍ରୟସ୍ଥଳରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ଏଗୁଡ଼ିକ ଶେଷ ଥର ପାଇଁ 1980 ଦଶକର ଇରାନ-ଇରାକ ଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା।
ତେହେରାନ ସିଟି କାଉନସିଲ ଅଧ୍ୟକ୍ଷ ମେହଦି ଚାମରାନ ସାମ୍ବାଦିକମାନଙ୍କୁ କହିଥିଲେ ଯେ ତେହେରାନରେ କୌଣସି ଆଶ୍ରୟସ୍ଥଳ ନାହିଁ, ଲୋକମାନେ ରାତିରେ ବେସମେଣ୍ଟକୁ ଯାଇଥିଲେ। ସେ ଆହୁରି କହିଛନ୍ତି ଯେ ମେଟ୍ରୋକୁ ଚରମ ସଙ୍କଟରେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ, କିନ୍ତୁ ଆମକୁ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡିବ। ଇରାନ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ, ରବିବାର ରାତିରୁ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ତେହେରାନର ମେଟ୍ରୋକୁ ୨୪ଘଣ୍ଟା ଖୋଲା ରଖିବାକୁ ଘୋଷଣା କରାଯାଇଛି।ଅନେକ ଲୋକ କହିଛନ୍ତି ଯେ ସେମାନେ ଦେଶର ଇସଲାମିକ ସରକାର ଓ ଏହାର ନୀତିକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ଇସ୍ରାଏଲ ଲୋକଙ୍କ ଜନସଂଖ୍ୟାକୁ ଟାର୍ଗେଟ କରୁଛି, ଯାହା ସମ୍ପୂର୍ଣ୍ଣ ଭୁଲ। ଲୋକମାନେ କୁହନ୍ତି ଯେ ଇସ୍ରାଏଲ ଭଲ ଭାବରେ ଜାଣନ୍ତି ଯେ ପରମାଣୁ ଘାଟି କେଉଁଠି ଅଛି, ତଥାପି ଏହା ସହରାଞ୍ଚଳ ଜନବସତି ଅଞ୍ଚଳରେ ବୋମା ମାରୁଛି।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତେହେରାନର ପରିସ୍ଥିତି ଏବେ ଦ୍ରୁତ ଗତିରେ ଖରାପ ହେଉଛି। ଲୋକମାନେ ବହୁ ସଂଖ୍ୟାରେ ସହର ଛାଡି କାସ୍ପିଅନ ସାଗର କୂଳରେ ଉତ୍ତର ଦିଗକୁ ଗ୍ରାମାଞ୍ଚଳକୁ ଯାଉଛନ୍ତି, କିନ୍ତୁ ଜାତୀୟ ରାଜପଥରେ ଏକ ଲମ୍ବା ଟ୍ରାଫିକ ଜାମ୍ ଅଛି। ଅନେକ ପରିବାର ପିଲା ଓ ବୟସ୍କଙ୍କ ସହିତ ଗାଡ଼ିରେ ସୁଟକେସ୍ ଓ ପାଣି ବୋତଲ ଧରି ବାହାରି ଯାଇଛନ୍ତି।
ରାଜଧାନୀ ତେହେରାନରେ , ଦୋକାନଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି, । କିଛି ଅଞ୍ଚଳରେ, କେବଳ ସୀମିତ ପରିମାଣର ATM ରୁ ଟଙ୍କା ଉଠାଯାଇପାରିବ। ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଥିବା ବେଳେ ପ୍ରତି ଗାଡ଼ି ପାଇଁ ୨୫ ଲିଟର ପେଟ୍ରୋଲ ସୀମା ସ୍ଥିର କରାଯାଇଛି। ସେହିପରି, ଦକ୍ଷିଣ ସହର ଶିରାଜର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି ଓ ଖାଦ୍ୟ ସାମଗ୍ରୀର ଗଚ୍ଛିତ ଦେଖିବାକୁ ମିଳୁଛି।