5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୯ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନର ସଦସ୍ୟ

1 min read

ଭୁବନେଶ୍ବର: 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ  । ସୋମବାର ୯ଟି ସରକାରୀ ଓ ବେସରକାରୀ ଅନୁଷ୍ଠାନର ସଦସ୍ୟମାନେ ଭିକେ ପାଣ୍ଡିଆନଙ୍କୁ ନବୀନ ନିବାସରେ  ଭେଟି  ଶୁଭେଚ୍ଛା ଜଣାଇଛନ୍ତି ।  ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ଓ ପାଚିକା ମହାସଂଘ, ଉତ୍କଳ ବାପଟିଷ୍ଟ ଚର୍ଚ୍ଚ ଆସୋସିଏସନ୍, ବିଜୁ ପଟ୍ଟନାୟକ ଫାର୍ମାସି ଷ୍ଟୁଡେଣ୍ଟ ଆସୋସିଏସନ୍, ଅଗ୍ରଗାମୀ ଅଘ୍ରିଆ ସୋସାଇଟି ଭୁବନେଶ୍ବର, ସିଏମସି କର୍ମଚାରୀ ସଂଘ ସଦସ୍ୟ ପ୍ରମୁଖ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି  । ସେହିଭଳି କଟକ ମାରଓ୍ବାଡି ସମାଜ, ଓଡ଼ିଶା ଠିକା କର୍ମଚାରୀ ଫେଡେରେସନ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍ ପ୍ରମୁଖ ମଧ୍ୟ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି  ।

ଓଡିଶା ବିକାଶ ଲାଗି ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବା କ୍ଷେତ୍ରରେ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିରନ୍ତର ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ । ରୂପାନ୍ତରଣ ଅଭିଯାନରେ ଅଧ୍ୟକ୍ଷଙ୍କ ଭୂମିକା ଉଲ୍ଲେଖନୀୟ ବୋଲି ସେମାନେ ଦର୍ଶାଇଛନ୍ତି ।  ନୂଆ ଓଡିଶା ଗଠନ ଦିଗରେ ଚାଲିଥିବା ଅଭିଯାନରେ ସମସ୍ତଙ୍କ ଯୋଗଦାନ ରହିବ ବୋଲି କହିଛନ୍ତି ସଦସ୍ୟ ।