ସିପିଙ୍କୁ ସୋସିଆଲ୍ ମିଡିଆ ଟ୍ୱିଟରରେ ଜବରଦସ୍ତ ଟ୍ରୋଲ୍

1 min read

ଭୁବନେଶ୍ୱର: କମିଶନରେଟ୍‌ ପୋଲିସର ଭୂତ ଟ୍ୱିଟକୁ ସୋସିଆଲ୍ ମିଡିଆରେ ଟ୍ରୋଲ୍‌ । ୧୨ ଘଣ୍ଟିଆ କର୍ଫ୍ୟୁରେ ଲୋକଙ୍କୁ ନୁହେଁ କେବଳ ଭୂତଙ୍କୁ ରାସ୍ତାରେ ବୁଲିବାକୁ ଅନୁମତି ଅଛି । କମିଶନରେଟ ପୋଲିସ ଟ୍ୱିଟର ହ୍ୟାଣ୍ଡେଲରୁ ହୋଇଥିବା ଟ୍ୱିଟ୍ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛି ।

ବିଶ୍ୱଜିତ୍‌ ମହାନ୍ତି ନାମକ ୟୁଜର ଲେଖିଛନ୍ତି- ଲକଡାଉନ୍‌ ଆଉ ୨ ମାସ ପାଇଁ ବୃଦ୍ଧି ହେଲେ ଆମେ ସମସ୍ତେ ଭୂତ ପାଲଟିଯିବୁ ।

ପୁଷ୍ପାଞ୍ଜଳି କର- ଆପଣ ସନ୍ଧ୍ୟା ୭ଟା ପରେ ଏବଂ ସକାଳ ୭ଟା ପୂର୍ବରୁ ଭୂତ ଦେଖିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ।

ରବିନାରାୟଣ ନାୟକ- ପୋଲିସର ଆଇନ୍‌ରେ ଭୂତ, ପ୍ରେତ ଯୋଡ଼ି ହେଲା କି ବୋଲି ଲେଖିଛନ୍ତି ?

ତନ୍ମୟ ଦାସ ଲେଖିଛନ୍ତି- ଏହା ଚାଇନାର ପ୍ରଭାବ । ଭୁବନେଶ୍ୱର ମନ୍ଦିରମାଳିନୀ ସହର ଭାବେ ଜଣାଶୁଣା । ଆପଣ ଏହାକୁ ଚୀନର ଓରଡାସ୍‌ କାଙ୍ଗବାସୀ ସହର ଭାବେ ନାମିତ କରିବାକୁ ଚାହୁଁଛନ୍ତି କି ? ବୋଲି ପ୍ରଶ୍ନ କରିଛନ୍ତି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

ଏଭଳି ବିଭିନ୍ନ ୟୁଜର କମିଶନରେଟ୍‌ ପୋଲିସର ଭୂତ ଥିଓରିକୁ ସମାଲୋଚନା କରିବା ସହ ପୋଲିସ ଅନ୍ଧବିଶ୍ୱାସକୁ ଆପଣାଇଥିବା କହିଛନ୍ତି ।

ଟ୍ୱିଟ୍ କରି କର୍ଫ୍ୟୁ, କଟକଣା ନାଁରେ କମିଶନରରେଟ ପୋଲିସର ହିଟଲରି ଶାସନ !

Leave a Reply