ଲଗାତାର ବଢିଚାଲିଛି ପେଟ୍ରୋଲ-ଡିଜେଲ ଦର, ଚିନ୍ତାରେ ଖାଉଟି

Petrol And Disel Price Increaed Today

ନୂଆଦିଲ୍ଲୀ: ଲଗାତାର ବଢିଚାଲିଛି ପେଟ୍ରୋଲ ଡିଜେଲ ଦର । ରବିବାର ପେଟ୍ରୋଲ ଲିଟର ପ୍ରତି ୨୮ ପଇସା ଡିଜେଲ ଲିଟର ପ୍ରତି ୩୦ ପଇସା ବଢିଛି । ଏହି ବର୍ଦ୍ଧିତ ମୁଲ୍ୟ ପରେ ମୁମ୍ବାଇରେ ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ହୋଇଛି । ଡିଜେଲ୍‌ ଦର ୮୦ ଟଙ୍କା ପ୍ରତି ଲିଟର ହୋଇଛି ।

ଗତ ୫ ଦିନ ହେଲା ଲଗାତାର ପେଟ୍ରୋଲ ଡିଜେଲ ଦର ବଢି ଚାଲିଛି । ଦିଲ୍ଲୀରେ ୨୦ ନଭେମ୍ବରରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ଟଙ୍କା ୩୦ ପଇସାରୁ ଅଧିକ ଦର ବୃଦ୍ଧି ହୋଇଛି । ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲ ଦର ୮୫ ଟଙ୍କା ଛୁଇଁଲାଣି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୌଧିତ ତୈଳର ମୁଲ୍ୟ ୫୦ ଡଲାର ପ୍ରତି ବ୍ୟାରେଲ ବିକ୍ରି ହେଉଛି । ଏଥିପାଇଁ ତୈଳ ଦର ବୃଦ୍ଧି ହୋଇଥିବା କଥା କୁହାଯାଉଛି । ଆସନ୍ତା ଜାନୁଆରୀରେ ତୈଳ ଉତ୍ପାଦନ ୫ ଲକ୍ଷ ବ୍ୟାରେଲ ବଢାଇବା ପାଇଁ ଓପେକ୍‌ ପ୍ଲସ୍‌ ଦେଶ ନିଷ୍ପତ୍ତି ନେଇଥିବା ଯୋଗୁଁ ଅଶୌଧିତ ତୈଳ ମୁଲ୍ୟ ବଢିଥିବା କୁହାଯାଉଛି ।

Leave a Reply