ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ, ପୋଲିସ ନାକେଦମ

Health Centre

ବାଲେଶ୍ୱର: ଫାର୍ମାସିଷ୍ଟଙ୍କ ଉନ୍ମତ କାଣ୍ଡ । ଖଣ୍ଡାଧରି ଗୋଡ଼ାଇଲେ ଲୋକଙ୍କୁ । ଦୁଇ ଗ୍ରାମବାସୀ ଆହତ । ପୋଲିସ ନାକେଦମ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡିଦା ଗ୍ରାମରେ । ଉକ୍ତ ଗାଁର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଫାର୍ମାଷିଷ୍ଟ ଶୁବାଶିଷ ଟୁଡୁ ନିଶାସକ୍ତ ଅବସ୍ଥାରେ ଏଭଳି କାଣ୍ଡ ଭିଆଇଛନ୍ତି । ନିଶାସକ୍ତ ଅବସ୍ଥାରେ ସେ ଏକ ଖଣ୍ଡା ଧରି ଗାଁ ମଝିରେ ଉତ୍ପାତ ହେଉଥିଲେ । ଲୋକଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ । ଏଥିରେ ଦୁଇ ଜଣ ଗ୍ରମବାସୀ ଗୁରୁତର ହୋଇଛନ୍ତି । ଏହି ଘଟଣା ମଙ୍ଗଳବାର ରାତିରେ ଘଟିଛି ।

Health Centre

ତେବେ ଫାର୍ମସିଷ୍ଟଙ୍କ ଏଭଳି ଉତ୍ପାତ ଯୋଗୁଁ ଗାଁ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ । ତାଙ୍କୁ କାବୁ କରିବା ପାଇଁ କିଛି ଯୁବକ ଚେଷ୍ଟା କରିଥିଲେ । ହେଲେ ଗାଁର ଯୁବକଙ୍କ ଚେଷ୍ଟା ବିଫଳ ହୋଇଥିଲା । ଶେଷରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଖବରପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମସିଷ୍ଟଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସହଜରେ ପାରିନଥିଲେ । ଫାର୍ମସିଷ୍ଟଙ୍କୁ କାବୁ କରିବା ପାଇଁ ପୋଲିସକୁ ଏକ ଜାଲ ବିଛାଇବାକୁ ପଡ଼ିଥିଲା । ପୋଲିସ କାବୁ କରି ଥାନାକୁ ନେଇଥିଲା । ତା ନିକଟରୁ ଏକ ଖଣ୍ଡା ଓ ଢ଼େଙ୍ଗା ଜବତ କରିଛି ପୋଲିସ ।

Health Centre

ଗାଁ ଲୋକଙ୍କ କହିବାନୁଯାୟୀ ଫାର୍ମାସିଷ୍ଟଙ୍କ ଏଭଳି ଉନ୍ମତ କାଣ୍ଡ ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ତେବେ ତାଙ୍କୁ ତୁରନ୍ତ ଏଠାରୁ ବଦଳି କରାଯଉ ବୋଲି ଗାଁ ଲୋକେ ଦାବି କରିଛନ୍ତି ।

Leave a Reply