ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଶିକ୍ଷୟିତ୍ରୀ ଓ ଛାତ୍ରଙ୍କ ରୋମାଣ୍ଟିକ ଫଟୋ…

1 min read

ବେଙ୍ଗାଲୁରୁ: ଶିକ୍ଷୟିତ୍ରୀଙ୍କ ସହ ଦଶମ ଶ୍ରେଣୀ ଛାତ୍ରଙ୍କ ରୋମାଣ୍ଟିକ ଫଟୋ ସୁଟ୍। ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଏହି ଫଟୋ ଗୁଡିକ । ଫଟୋରେ ଥିବା ଛାତ୍ର ଓ ଶିକ୍ଷୟିତ୍ରୀ ଦୁହେଁ ହେଉଛନ୍ତି କର୍ଣ୍ଣାଟକର ଚିକ୍କବଲ୍ଲାପୁର ଜିଲ୍ଲା ମୁରୁଗମଲ୍ଲା ସ୍ଥିତ ସରକାରୀ ବିଦ୍ୟାଳୟର।

ଏହି ଫଟୋଗୁଡ଼ିକୁ ଅମିତ ସିଂହ ରଜାୱତ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ରେ ପୋଷ୍ଟ କରିଛନ୍ତି । ଏହା ସହ କ୍ୟାପସନରେ ଲେଖିଛନ୍ତି, ଆମ ସମାଜ କେଉଁ ଆଡ଼କୁ ଯାଉଛି? ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ନେଇ ଉକ୍ତ ଛାତ୍ରଙ୍କ ବାପା ବ୍ଲକ୍ ଶିକ୍ଷାଧିକାରୀ (ବିଇଓ)ଙ୍କ ନିକଟରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଉକ୍ତ ଫଟୋରେ ଦୁହେଁ ପରସ୍ପରକୁ ଆଲିଙ୍ଗନ ସହ ଆଉ କେତେବେଳେ କିସ୍ କରୁଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଦୁହିଁଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଏହି ଫଟୋସୁଟ୍ ଷ୍ଟଡି ଟୁରରେ ଯାଇଥିବା ସମୟରେ ଉତ୍ତୋଳନ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

ଅପରପକ୍ଷେ ଅଭିଯୋଗ ପାଇବା ପରେ ବିଇଓ ଭି. ଉମାଦେବୀ ସ୍କୁଲକୁ ଯିବା ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଫଟୋ ଭାଇରାଲ୍ ହେବାପରେ ୟୁଜର୍ସ ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।