ସରପଞ୍ଚଙ୍କ ପୁଅକୁ ହତ୍ୟା ଘଟଣା, ଅଭିଯୁକ୍ତ ମହିଳା ଗିରଫ

1 min read

ଫୁଲବାଣୀ: ସରପଞ୍ଚଙ୍କ ପୁଅକୁ ହତ୍ୟା ଘଟଣା। ହତ୍ୟାକାରୀ ମହିଳାଙ୍କୁ ଗିରଫ କଲା ପୋଲିସ୍ । ଗତ ୧ ତାରିଖରେ କନ୍ଧମାଳ ଜିଲ୍ଲା ଦଡ଼କୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ସଂଜିତ କୁମାର ମଲ୍ଲିକଙ୍କୁ ହତ୍ୟା କରାଯାଇଥିଲା । ଦଡ଼କି PEOଙ୍କ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଛେଦ ରିପୋର୍ଟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ତଦନ୍ତ କରିଥିଲା ପୋଲିସ୍ । ଅଭିଯୁକ୍ତ ମହିଳାଙ୍କ ଅନିଚ୍ଛା ସତ୍ତ୍ବେ ସଂଜିତ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା । ମହିଳଙ୍କୁ ନିକଟରୁ କିଛି ଟଙ୍କା ମଧ୍ୟ ହଡ଼ପ କରିଥିବା ତଦନ୍ତବେଳେ ଜଣାପଡ଼ିଛି । ଟଙ୍କା ଫେରାଇବା ବଦଳରେ ସେ ମହିଳାଙ୍କୁ ବ୍ଲାକମେଲ କରୁଥିଲା । ୩୦ ତାରିଖ ରାତିରେ ସଂଜିତ ମହିଳାଙ୍କୁ PEOଙ୍କ ବାସଭବନକୁ ଡାକିଥିଲା । ନିଶାର ଚୂର ସଂଜିତ ଶୋଇଥିବାବେଳେ ମହିଳାଜଣକ ତକିଆରେ ଶ୍ବାସରୁଦ୍ଧ କରି ତାଙ୍କୁ ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ।