ପିପିଲିରେ ରକ୍ତ ଛିଟା, ବିଜେପି କର୍ମୀଙ୍କ ଆକ୍ରମଣରେ ଜଣେ ମୃତ !

ଭୁବନେଶ୍ୱର: ପିପିଲିରେ ପୁଣି ରକ୍ତ ଛିଟା । ରାଜନୈତିକ ଅସହିଷ୍ଣୁତାରେ ବଳି ପଡୁଛନ୍ତି ସାଧାରଣ ଜନତା । ଜଣେ ବିଜେଡ଼ି ସମର୍ଥକଙ୍କୁ ରାଜନୈତିକ ଉଦେଶ୍ୟ ନେଇ ହତ୍ୟା କରାଯାଇଥିବା ଅଭିଯୋଗ । ସବୁଠାରୁ ବଡ଼ ଘଟଣା ହେଉଛି ଏହି ହତ୍ୟା ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ରହିଛି ।

ସୂଚନା ମୁତାବକ ଡେଲାଙ୍ଗ ବ୍ଲକର ଜେନାପୁର ପଞ୍ଚାୟତ ଅନ୍ତ୍ରର୍ଗତ ଏକ ଦଳୀତ ସାହିରେ ଘଟିଛି ଏହି ହତ୍ୟା କାଣ୍ଡ । ପାଣ୍ଡବ ବେହେରା ନାମଙ୍କ ଜଣେ ଭୋଟରକୁ କାଠ ଫାଳିଆରେ ପିଟି ହତ୍ୟା କରାଯାଇଛି । ଭୋଟ ଦେବାକୁ ପ୍ରଲୋଭିତ କରି ବିଜେପି ପ୍ରଥମେ ଉକ୍ତ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲା । କିନ୍ତୁ ମୃତ ବ୍ୟକ୍ତି ଜଣଙ୍କ ଏହି ଟଙ୍କାକୁ ଫେରାଇଦେବାରୁ ତାଙ୍କୁ ଆକ୍ରୋଶ ରଖି ହତ୍ୟା କରାଯାଇଛି ।

ପରିବାର ଲୋକଙ୍କ ଏତଲା ମୁତାବକ, ସ୍ଥାନୀୟ ବିଜେପି କର୍ମୀ ପାଣ୍ଡବଙ୍କୁ ଭୋଟ ଦେବାକୁ ପ୍ରଳୋଭିତ କରିଥିଲେ । ଏମିତିକି ତାଙ୍କୁ ୫ ହଜାର ଟଙ୍କା ପ୍ରଦେନ କରିଥିଲେ । କିନ୍ତୁ ପାଣ୍ଡବ ଟଙ୍କା ଫେରସ୍ତ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏକ କାଠ ଫାଳିଆରେ ପାଣ୍ଡବଙ୍କ ଉପରେ ଆକ୍ରମଣ କରିଥିଲେ ବିଜେପି କର୍ମୀ । ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପିପିଲି ମେଡିକାଲରେ ଭର୍ତ୍ତିକରିଥିଲେ । ଅବସ୍ଥା ଗୁରୁତ୍ତର ହେବାରୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ପାଣ୍ଡବଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ପରିବାର ଲୋକ ।

Leave a Reply