ପିପିଲି ଦାନୋଗହିର ନୂଆ ସାହି ଠାରେ ସଙ୍ଘବଦ୍ଧ ଆକ୍ରମଣ, ୫ ଗୁରୁତର

ପିପିଲି : ପୁରୀ ଜିଲ୍ଲା ପିପିଲି ଦାନୋଗହିର ନୂଆ ସାହି ଠାରେ ସଙ୍ଘବଦ୍ଧ ଆକ୍ରମଣ । ଏହି ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣର ଶିକାର ଜଣେ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ପିପିଲି ପୋଲିସ ନିକଟସ୍ଥ ଦାନଗହିର ଗାଁ କଂସେଇ ଖାନାରୁ ଏକ ଷଣ୍ଢକୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଦାନଗହିର ଗାଁର ଜଣେ ଯୁବକଙ୍କୁ ପୋଲିସ ଅଟକ ରଖିଥିଲା । ଗତକାଲି ସନ୍ଧ୍ୟାରେ ଅଭିଯୋଗକାରୀ ଯୁବକ ଟ୍ରାକ୍ଟର ଭଡ଼ା ପଇସା ଆଦାୟ ପାଇଁ ଦାନଗହିର ଗାଁକୁ ଯାଇଥିବା ବେଳେ ୧୦ରୁ ୧୫ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଅଭିଯୋଗକାରୀ ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ୪ ସଂପର୍କୀୟ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପିପିଲି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣକାରୀ ସେମାନଙ୍କ ଠାରୁ ବାଇକ୍, ମୋବାଇଲ, ସୁନା ଅଳଙ୍କାର ଛଡ଼ାଇ ନେଇଥିବା ଅଭିଯୋଗକାରୀଙ୍କ ସ୍ତ୍ରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।