spot_img

Latest Posts

ବାଧକ ସାଜିଲା ଭାରତ ବନ୍ଦ, ବଳି ପଡ଼ିଲା ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା…

ଭୁବନେଶ୍ବର : କେଉଁଠି ଗାଡ଼ି ଅଟକାଇଲେ ତ କେଉଁଠି ବରକୁ ବାହା ହେବାକୁ ଯିବାକୁ ଦେଲେନି । ଅଖ ବନ୍ଦ ଚକ ବନ୍ଦ । ଟ୍ରେଡ ୟୁନିୟନର ଆଜି ଥିଲା ଭାରତ ବନ୍ଦ । ଏଥିପାଇଁ ବଳି ପଡ଼ିଲା ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା । ଆଜି ୨୧୧ ପରୀକ୍ଷା ହବକୁ ଯିବାର ଥିଲା ଯୁକ୍ତ ଦୁଇ ପ୍ରଶ୍ନପତ୍ର । ହେଲେ ରାସ୍ତାରେ ଅଟକ ଆଶଂକାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହାକୁ ପଠାଇ ନାହଁହ । କାଳେ ବନ୍ଦର ତୀବ୍ର ପ୍ରଭାବ ଯୋଗୁଁ ଗାଡ଼ି ଭଙ୍ଗାରୁଜା ହୋଇ ପ୍ରଶ୍ନପତ୍ର ପ୍ୟାକେଟର ସିଲ ଖୋଲିଯିବ, ସେ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିବହନ ଅଟକାଇଦେଇଛି । ଆଜି ବଦଳରେ ଆସନ୍ତାକାଲିଠାରୁ ହବକୁ ଯିବ ଯୁକ୍ତ ଦୁଇ ପ୍ରଶ୍ନପତ୍ର । ୨୭ଟି ଟ୍ରକ ୨୭ଟି ରୁଟ ଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରୁ ବାହାରିବ । ଫେବୃଆରୀ ୧୬ ସନ୍ଧ୍ୟା ସୁଦ୍ଧା ରାଜ୍ୟର ସମସ୍ତ ହବରେ ପ୍ରଶ୍ନପତ୍ର ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ସିଏଚଏସଇ । ଆସନ୍ତକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ବଣାଇଗଡ଼, ରାଉରକେଲା ପରି ଦୂର ସ୍ଥାନକୁ ଯିବ ପ୍ରଶ୍ନପତ୍ର । ହବର ପର୍ଯ୍ୟବେକ୍ଷକଙ୍କଠାରୁ ପ୍ରଶ୍ନପତ୍ର ପ୍ୟାକେଟ ଗୁଡ଼ିକ ସକାଳେ ୯.୩୦ ରେ ସେଣ୍ଟର ସୁପରିନଟେଣ୍ଡ, ନିରୀକ୍ଷକ ଓ ଜିଲ୍ଲା ପ୍ରଶାସନର ପ୍ରତିନିଧିଙ୍କ ଉପସ୍ଥିତିରେ ଖୋଲାଯିବ ।

ସେପଟେ ପ୍ରଥମ ଥର ପାଇଁ ସବୁ ହବରେ ଏଆଇ କ୍ୟାମେରା ଲଗାଯାଇଛି । ଆଜି ଏଆଇ କ୍ୟାମେରାର କମାଣ୍ଡ କଣ୍ଟ୍ରୋଲ ରୁମ୍ ସିଏଚଏସଇ ଅଫିସରେ ଖୋଲାଯାଇଛି । ଏଠାରୁ ହିଁ ସବୁ ହବକୁ ମନିଟରିଂ କରାଯିବ । ହବ ଭିତରକୁ ଯଦି ଦୁଇରୁ ଅଧିକ ଲୋକ ଯିବେ କଣ୍ଟ୍ରୋଲ ରୁମକୁ ଆଲର୍ଟ ଆସିବ । ଏ ନେଇ କ୍ୟାମେରା ଗୁଡ଼ିକରେ ଏକ ସଫ୍ଟୱେର ଇନଷ୍ଟଲ ହୋଇଛି । ଯାହା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ବୋଲି କୁହାଯାଉଛି । ଆସନ୍ତା ଫେବୃଆରୀ ୧୮ରୁ ମାର୍ଚ୍ଚ ୨୮ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ । ଏହା ୨୩ଟି ସିଟିଂରେ ଚାଲିବ । ଚଳିତ ବର୍ଷ ୪ ଲକ୍ଷ ୧ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ଫର୍ମ ଫିଲ ଅପ୍ କରିଛନ୍ତି ।

Latest Posts

Don't Miss