ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

1 min read

ନୂଆଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ହେଲିକପ୍ଟରରେ ୧୪ ଜଣ ସେନା ଅଧିକାରୀ ଥିଲେ । ଏହି ଦୁର୍ଘଟଣାରେ ବିପିନ୍ ରାଓ୍ୱତଙ୍କ ସହ ତାଙ୍କ ପତ୍ନୀ ଏବଂ ସେହି ହେଲିକପ୍ଟରରେ ଥିବା ୧୧ ଜଣ ସେନା ଅଧିକାରଙ୍କ ମୃତ୍ୟୁ ହୋଇଥିଲା । ଭାରତର ପ୍ରଥମ ସିଡିଏସ ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ବିପିନ୍ ରାଓ୍ୱତଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକ ଟ୍ୱିଟ କରି କହିଛନ୍ତି କି ‘ତାମିଲନାଡୁରେ ଏକ ଅତ୍ୟନ୍ତ ଦୁଃଖଦ ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସହ ୧୧ ଜଣ ପ୍ରତିରକ୍ଷା କର୍ମଚାରୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ । ଏହା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି | ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଏବଂ ଆହତଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି’ ବୋଲି ଟୁଇଟ କରି କହିଛନ୍ତି  ନବୀନ ପଟ୍ଟନାୟକ ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିପିନ୍ ରାଓ୍ୱତଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୋଦି ଟ୍ୱିଟ କରି କହିଛନ୍ତି କି ଜେନରାଲ ବିପିନ୍ ରାଓ୍ୱତ ଜଣେ ଉଲ୍ଲେଖନୀୟ ସୈନିକ ଥିଲେ । ଜଣେ ପ୍ରକୃତ ଦେଶପ୍ରେମୀ, ସେ ଆମର ସଶସ୍ତ୍ର ବାହିନୀ ଏବଂ ସୁରକ୍ଷା ଉପକରଣକୁ ଆଧୁନିକୀକରଣ କରିବାରେ ବହୁତ ସହଯୋଗ କରିଥିଲେ | ରଣନୈତିକ ବିଷୟଗୁଡ଼ିକ ଉପରେ ତାଙ୍କର ଅନ୍ତର୍ଦୃଷ୍ଟି ଏବଂ ଦୃଷ୍ଟିକୋଣଗୁଡିକ ଅତୁଳନୀୟ ଥିଲା | ତାଙ୍କର ଦେହାନ୍ତ ମୋତେ ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି ମୋଦି ।

Leave a Reply