ପଶ୍ଚିମବଙ୍ଗରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫ୍ରେସିଂ ମାଧ୍ୟମରେ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ଦେଶର ସପ୍ତମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ବନ୍ଦେ ଭାରତ ଟ୍ରେନଟି ପଶ୍ଚିମବଙ୍ଗରେ ଜାନୁୟାରୀ ୧ ରୁ ଯାତ୍ରା ଆରମ୍ଭ କରିବ। ଏହା ବଙ୍ଗଳା ହାୱଡା ଓ  ନ୍ୟୁ ଜଲପାଇଗୁଡିକୁ ସଂଯୁକ୍ତ କରିବ। ଏହି ସୁପରଫାଷ୍ଟ ଟ୍ରେନରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି । ଏହା ଜଲପାଇଗୁଡିରେ ପହଞ୍ଚିବାକୁ ପାଖାପାଖି ୭.୫ ଘଣ୍ଟା ସମୟ ଲାଗିବ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗରେ ୭ ହଜାର ୮୦୦ କୋଟି ଟଙ୍କାରୁ ଅଧିକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ଅବସରରେ କହିଛନ୍ତି ଯେ, ପୂର୍ଣ୍ଣ୍ୟ ଭୂମିକୁ ମୋର ପ୍ରଣାମ । ବଙ୍ଗଲାର କୋଣ ଅନୁକୋଣରେ ସ୍ବାଧୀନତାର ଇତିହାସ ଲେଖା ରହିଛି । ଯେଉଁ ଧରିତ୍ରୀରେ ବନ୍ଦେ ମାତରଂ ଗୀତ ରଚିତ ହୋଇଥିଲା ସେହି ମାଟିରୁ ଆଜି ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ହୋଇଛି । ମୋଦି ଏକଥା ମଧ୍ୟ କହିଛନ୍ତି ‘ଆଜି ମତେ ଆପଣଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସାମିଲ ହେବାର ଥିଲା କିନ୍ତୁ ମୋ ବ୍ୟକ୍ତିଗତ କାରଣ ଯୋଗୁଁ ମୁଁ ଯୋଗ ଦେଇପାରି ନାହିଁ । ଏଥିପାଇଁ ମୁଁ କ୍ଷମା ପ୍ରାଥନା କରୁଛି  । ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ ।