ଦିଲ୍ଲୀରେ କାଶ୍ମୀର ନେତା, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମିଟିଙ୍ଗ

1 min read

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଦିଲ୍ଲୀରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ବୈଠକ  ।  ବୈଠକରେ ଗୁପକାର ସଂଗଠନ ସମେତ ବିଭିନ୍ନ ଦଳରେ ନେତାମାନେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାମ୍ମୁ-କାଶ୍ମୀରର ସୀମା ପୁନଃନିର୍ଦ୍ଧାରଣ ନେଇ ଆଲୋଚନା ହେବ । ଏହାସହ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷଶ ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଗୁପକାର ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ବସିସାରିଛି ।

ଗତ ୨୦୧୮ରୁ ରାଷ୍ଟ୍ରପତି ଶାସନ ଅଧୀନରେ ଥିବା ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ପାହ୍ୟା ପ୍ରଦାନ ଉପରେ ବି ଚର୍ଚ୍ଚା ହୋଇପାରେ ବୋଲି କୁହାଯାଇଛି । ତେବେ ସୀମା ପୁନଃନିର୍ଦ୍ଧାରଣ ପରେ ହିଁ ରାଜ୍ୟ ମାନ୍ୟତା ଲାଗି ବାଟ ଫିଟିବ ବୋଲି ପ୍ରକାଶ । ୮ଟି ରାଜନୈତିକ ଦଳର ୧୪ ଜଣ ନେତା ଏହି ବୈଠକରେ ସାମିଲ ହେବେ । ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିବ ।

ସେହିପରି କଂଗ୍ରେସ ସୂତ୍ରରୁ ପ୍ରକାଶ ଏହି ବୈଠକରେ ରାଜ୍ୟ ମାନ୍ୟତା ଲାଗି ଦଳ ଦାବି କରିବ । ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଛନ୍ତି । ଗତ ଡିସେମ୍ବରରେ ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ପରିଷଦ ନିର୍ବାଚନ ହୋଇଥିଲା । ଏଥିରେ ଗୁପକାର ମେଣ୍ଟ ୧୦୦ରୁ ଅଧିକ ଆସନ ପାଇଥିବା ବେଳେ ବିଜେପି ୭୪ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା ।

 

Leave a Reply