ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳର ସନ୍ଧ୍ୟାରେ ସମ୍ପ୍ରସାରଣ

PM Narendra Modi Cabinet Expansion Today

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ଆଜି ସନ୍ଧ୍ୟାରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିବେ । ସନ୍ଧ୍ୟାରେ ନୂଆ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରିପାରନ୍ତି । ନୂଆ କ୍ୟାବିନେଟ୍ ସ୍ୱାଧୀନ ଭାରତର ସବୁଠୁ ଯୁବ ଟିମ୍ । ସମ୍ପ୍ରସାରଣ ପରେ ନୂଆ ଟିମ୍ ବୟସ ଅନୁପାତରେ ସବୁଠୁ କମ୍ ରହିବ, ଅଧିକ ମହିଳା ଓ ପ୍ରଶାସନିକ ଅନୁଭବ ଥିବା ବ୍ୟକ୍ତିଙ୍କୁ କ୍ୟାବିନେଟରେ ସ୍ଥାନ ମିଳିବ ।

PM Narendra Modi Cabinet Expansion Today

ରିପୋର୍ଟ ଅନୁସାରେ, ନୂଆ କ୍ୟାବିନେଟରେ ଅଧିକ ଶିକ୍ଷିତ ସ୍ଥାନ ପାଇବେ । ପିଏଚଡି, ଏମବିଏ ଓ ପ୍ରଫେସନାଲ୍ କୋର୍ସ କରିଥିବା ସାଂସଦଙ୍କୁ ସାମିଲ୍ କରାଯିବ । ବିଶେଷକରି ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ରାଜ୍ୟ ଉପରେ ନଜର ରଖି କ୍ୟାବିନେଟ୍ ସମ୍ପ୍ରସାରଣ ହେବ । ଆସନ୍ତା ବର୍ଷ ୫ଟି ରାଜ୍ୟରେ ନିର୍ବାଚନ ହେବା ସହ ୨୦୨୪ରେ ଲୋକସଭା ନିର୍ବାଚନ ହେବ ।

ତେବେ ସମ୍ପ୍ରସାରଣରେ ଉତ୍ତରପ୍ରଦେଶକୁ ଅଧିକ ଗୁରୁତ୍ୱ ଦିଆଯିବ । କାରଣ ଆସନ୍ତା ବର୍ଷ ପ୍ରଥମରୁ ୟୁପିରେ ନିର୍ବାଚନ ହେବ । ଆଉ ରାଜନୀତିକ ଦୃଷ୍ଟିକୋଣରୁ କେନ୍ଦ୍ର ରାଜନୀତିରେ ଗୁରୁତ୍ୱ ବହନ କରେ ଉତ୍ତରପ୍ରଦେଶ । ସୂତ୍ର ଅନୁସାରେ କ୍ୟାବିନେଟ୍ ସମ୍ପ୍ରସାରଣରେ ପଶ୍ଚିମବଙ୍ଗକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ବିହାରର ଜେଡିୟୁ ଓ ଅପନା ଦଳକୁ ପ୍ରତିନିଧିତ୍ୱ ମିଳିପାରେ । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସର୍ବାନନ୍ଦ ସୋନେୱାଲଙ୍କୁ ମଧ୍ୟ କ୍ୟାବିନେଟରେ ସାମିଲ୍ କରାଯାଇପାରେ ।

Leave a Reply