ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଉଦଘାଟନ ହୋଇଛି । ପଶ୍ଚିମବଙ୍ଗର ହାୱଡା ହୁଗୁଳି ଗଙ୍ଗା ନଦୀ ତଳେ ନିର୍ମିତ ଏହି ଅତ୍ୟାଧୁନିକ ମେଟ୍ରୋ ରେଳ ସେବାକୁ ଉଦଘାଟିତ କରି ଦେଶବାସୀଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜି ଭାରତ ବର୍ଷ ପାଇଁ ଏକ ଐତିହାସିକ ଦିନ । ହୁଗୁଳିର ଗଙ୍ଗା ନଦୀ ତଳେ ପ୍ରଥମ ମେଟ୍ରୋ ରେଳ ଆଜି ଠାରୁ ଆରମ୍ଭ ହୋଇଛି । ମେଟ୍ରୋ ଟ୍ରେନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନରେ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଥିଲେ।

ହାୱଡା ମୈଦାନ ଓ ଏସପ୍ଲେନଡ ଭଳି ଦୁଇଟି ଷ୍ଟେସନ ମଧ୍ୟରେ ନିର୍ମିତ ଏହି ଟନେଲର ମୋଟ ଲମ୍ବା ୪.୮ କିଲୋମିଟର ରହିଛି । ଯାହା ପାଇଁ ଖର୍ଚ୍ଚ ହୋଇଛି ୪୯୬୫ କୋଟି ଟଙ୍କା । ଏଥିରେ ୧.୨ କିଲୋମିଟର ଟନେଲ୍ ହୁଗଲି ନଦୀଠାରୁ ୩୦ ମିଟର ତଳେ ଅବସ୍ଥିତ ଏବଂ ଏହାକୁ ଦେଶର ପ୍ରଥମ ପରିବହନ ଟନେଲ୍ ବୋଲି କୁହାଯାଉଛି। ଏହା ବ୍ୟତୀତ ହୁଗଲି ନଦୀ ତଳେ ଅବସ୍ଥାପିତ ହାୱଡା ମେଟ୍ରୋ ଷ୍ଟେସନକୁ ମଧ୍ୟ ଦେଶର ଗଭୀରତମ ଷ୍ଟେସନ କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ହାୱାଡା ମଇଦାନରୁ ଏସପ୍ଲାନେଡ୍ ପର୍ଯ୍ୟନ୍ତ ୪ଟି ଷ୍ଟେସନ ରହିଛି। ହାୱଡା ମଇଦାନ, ହାୱଡା ଷ୍ଟେସନ, ମହାକରଣ ଏବଂ ଏସପ୍ଲାନେଡ୍ ହାୱଡା ଷ୍ଟେସନ ରହିଛି। ଏହା ପୂର୍ବରୁ ଲଣ୍ଡନ ଏବଂ ପ୍ଯାରିସରେ ନଦୀ ତଳେ ଏଭଳି ମେଟ୍ରୋ ଟ୍ରେନ ନିର୍ମିତ ହୋଇସାରିଛି। ୨୦୧୦ରେ ଏହି ପ୍ରକଳ୍ପର ଆରମ୍ଭ ହୋଇଥିଲା।