ପଶ୍ଚିମ ଓଡିଶାରେ ପୋଲିସ ମହାନିର୍ଦ୍ଦେଶ

ଭୁବନେଶ୍ୱର: ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ଦିନିକିଆ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ । ଭବାନୀପାଟଣା ରିଜର୍ଭ ପୋଲିସରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ କୋଭିଡ ପରିଚାଳନା ନେଇ ସମୀକ୍ଷା କରିବା ସହ । କରୋନା କଟକଣା କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ।

ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ଖେଳ ପଡିଆରେ ଓହ୍ଲାଇଥିଲେ ପୋଲିସ ମହାନିର୍ଦ୍ଦେଶକ । ରିଜର୍ଭ ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଲାର ଆଇନ ଶୃଙ୍ଖଳା, କୋଭିଡ ପରିସ୍ଥିତି ସହ ମାଓ ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଡିଜିପିଙ୍କ ସହ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି ଅନିରୁଦ୍ଧ ସିଂ, ଉତ୍ତରାଞ୍ଚଳ ପୋଲିସ ଆଇ.ଜି. ନରସିଂହ ଭୋଳ ଓ ବଲାଙ୍ଗୀର ଏସପି ଦାୟୀତ୍ବରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ ଉପସ୍ଥିତ ରହିଥିଲେ ।

ଡିଜିପି ରିଜର୍ଭ କାର୍ଯ୍ୟାଳୟରୁ ବାହାରି ବଲାଙ୍ଗୀର ଟାଉନଥାନା ଓ ସଦରଥାନା ପରିଦର୍ଶନ କରିଥିଲେ । ଜିଲ୍ଲାରେ ଆଇନଶ୍ରୁଙ୍ଖଳା ଓ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ବେଳେ ଜିଲ୍ଲାବାସୀ ପୋଲିସ ଓ ରାଜ୍ୟ ସରକାରଙ୍କ ଗାଇଡ୍ ଲାଇନ୍ ପାଳନ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

Leave a Reply