କାହିଁକି ଦୋକାନ ଖୋଲିଛ କହି ନାବାଳକଙ୍କୁ ଲାତ୍ ମାରିଲେ ପୋଲିସ ବାବୁ

Police Kicked Minor Boy For Opening Omfed Booth During Lockdown

ଭୁବନେଶ୍ୱର: ୨୦ ସେକେଣ୍ଡରେ ୧୦ ଗୋଇଠା । ମାଡ଼ ମାରୁଛନ୍ତି ପୋଲିସ ବାବୁ । ସିସିଟିଭିରେ କଏଦ ଏ ଚିତ୍ର ହେଉଛି ଲକଡାଉନ୍ ସମୟର । ରାଜଧାନୀର କେସୁରା ଛକରେ ଏକ ଓମଫେଡ୍ ଷ୍ଟଲ ଦୋକାନୀଙ୍କ ଉପରେ ଏମିତି ଜୁଲମ୍ କରିଛି ପୋଲିସ । ଘଟଣା ଦିନ ବାପାଙ୍କ ବଦଳରେ ନାବାଳକ ପୁଅ ରାହୁଲ ନାୟକ ଓମଫେଡ୍ ଷ୍ଟଲରେ ବସିଥିଲେ ।

Police Kicked Minor Boy For Opening Omfed Booth During Lockdown

ସେହି ସମୟରେ ପୋଲିସର ପାଟ୍ରୋଲିଂ ଭ୍ୟାନ୍ ସେହି ବାଟ ଦେଇ ଯାଉଥିଲା । ଦୋକାନ ଖୋଲାଥିବାରୁ ନାବାଳକକୁ ପୋଲିସ ପଚରାଉଚରା କରିଥିଲା । ଆଉ ଦୋକାନରେ ଥିବା ବ୍ରେଡ୍ ଓ କ୍ଷୀରକୁ ପୋଲିସ ଜରି ମୁଣାରେ ବାନ୍ଧି ନେଇ ଯାଉଥିବା ଦୃଶ୍ୟ ବି କଏଦ ହୋଇଛି ସିସିଟିଭିରେ । ଆଉ ସବୁଠୁ ବଡ଼ କଥା ହେଲା ଏଥିରେ ପ୍ରତିବାଦ କରିବାରୁ ପୋଲିସ ବାବୁ ନାବାଳକଙ୍କୁ ଗୋଇଠା ମାରିଛନ୍ତି ।

Police Kicked Minor Boy For Opening Omfed Booth During Lockdown

ଗୋଟିଏ କି ଦୁଇଟି ନୁହେଁ ନାବାଳକ ଜଣଙ୍କୁ ପୋଲିସ ବାବୁ ମନ ଭରିଲା ଯାଏଁ ଲାତ୍ ମାରିଛନ୍ତି । ୨୦ ସେକେଣ୍ଡରେ ଗୋଟିଏ ପରେ ଗୋଟିଏ ଏମିତି ୧୦ ଗୋଇଠା ନାବାଳକଙ୍କୁ ମାରିଛନ୍ତି ବର୍ଦ୍ଦିରେ ଥିବା ଅଧିକାରୀ । ସିସିଟିଭିରେ କଏଦ ହୋଇଥିବା ଏ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏନେଇ ପୋଲିସର ପ୍ରତିକ୍ରିୟ ମିଳିପାରି ନାହିଁ ।

Leave a Reply